ଅଭିରାମଙ୍କ ୨ କିଡ୍‌ନୀ ନଷ୍ଟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ରାଜକନିକା,୧ା୭(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଭାରିଗଦା ପଞ୍ଚାୟତ ଝରକଟା ଗାଁର ଅଭିରାମ ଧଳ(୪୫) ନିଜ ପରିବାରକୁ ଭଲରେ ଚଳାଇବା ପାଇଁ ଦୀର୍ଘ ୧୫ବର୍ଷ ହେବ ତାମିଲନାଡୁ କୋଇମ୍ବାଟୁରରେ ଏକ ସୂତାକଳରେ କାମ କରୁଥିଲେ। ପରିବାର କହିଲେ ସ୍ତ୍ରୀ କଳ୍ପନା, ଝିଅ ମନୀଷା (୧୯), ପୁଅ ଅରୁଣ (୧୭) ଓ ବୁଢ଼ୀ ମା’। ଅଭିରାମ ସ୍ତ୍ରୀ ଓ ଝିଅପୁଅ ତାମିଲନାଡୁରେ ୧୦ ବର୍ଷ ହେବ ରହୁଥିଲେ। ପରିବାର ବେଶ୍‌ ହସ ଖୁସିରେ ଚାଲିଥିଲା। ହେଲେ ମାସେ ହେବ ଅଭିରାମଙ୍କ ଦେହ ଖରାପ ହେଲା। ବାନ୍ତି ହେବା ସହ ପାଦ କୁଣ୍ଡାଇ ହେଲା। ତାମିଲନାଡୁରେ ଏକ ଘରୋଇ ଡାକ୍ତରଖାନରେ ସେ ଦେଖାଇଥିଲେ। ଡାକ୍ତର ତାଙ୍କର ଦୁଇଟି ଯାକ କିଡ଼ନୀ ନଷ୍ଟ ହୋଇଯାଇଥିବା କଥା କହିଥିଲେ। ଏକଥା ଶୁଣି ପୁରା ପରିବାର ଉପରେ ଦୁଃଖର ପାହାଡ଼ ଖସି ପଡିଥିଲା। କରଣ ଅଭିରାମ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ଉପରେ ନିର୍ଭର କରୁଥିଲେ ୫ ପ୍ରାଣୀ କୁଟୁମ୍ବ। ସେ ତାମିଲନାଡୁରୁ ୨୦ ଦିନ ହେବ ଗାଁକୁ ଆସି, କଟକ ବଡ଼ ମେଡିକାଲରେ ଡାକ୍ତରଙ୍କୁ ଦେଖାଇ ଥିଲେ। ପରୀକ୍ଷା ନିରୀକ୍ଷା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ଗୋଟିଏ କିଡ଼ନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଆଉ ଗୋଟିଏ କିଡ଼ନୀ ୧୦ ଭାଗ ଭଲ ଅଛି। ଯଦି କିଡ଼ନୀ ପ୍ରତିରୋପଣ କରାଯାଏ ୧୫ ଲକ୍ଷ ଟଙ୍କା ଆବଶ୍ୟକ। ଏକଥା ଶୁଣି ପରିବାର ସଦସ୍ୟ ଚିନ୍ତାରେ ପଡିଛନ୍ତି। ଘରେ ଖାଇବା ପିଇବା ନାହିଁ। ପୁଅ ମୁଣ୍ଡ ପାଖରେ ବସି ବାହୁନି ବାହୁନି କାନ୍ଦୁଛି ବୁଢ଼ୀ ମା’ ଓ ସ୍ତ୍ରୀ। ଏବେ ବିଛଣାରେ ରୋଜଗାରିଆ ଅଭିରାମ। ଘରେ ଟଙ୍କାଟିଏ ନାହିଁ ଔଷଧ ଖାଇବାକୁ। ଧାର କରଜ ଓ ଗାଁ ଲୋକଙ୍କ ସାହାଯ୍ୟରେ ମେଡିକାଲ ଯାଇଥିଲେ। ଏକ ମାସ ପାଇଁ ଔଷଧ ଆଣିଥିଲେ। ଏମାନଙ୍କ ପାଖରେ ୧୫ ଲକ୍ଷ ଟଙ୍କା କେଉଁଠୁ ଆସିବ। ଏ ଦୁଃଖ ସମୟରେ ପାଠ ପଢ଼ିଲା ବୟସରେ ଝିଅ ଓ ପୁଅ ତାମିଲନାଡୁର ଏକ ସୂତାକଳରେ କାମ କରିବା ଆରମ୍ଭ କରିଛନ୍ତି। ଅଭିରାମଙ୍କୁ ଭଲ କରିବା ଲାଗି କାନ୍ଦି କାନ୍ଦି ବୁଢୀ ମା’ ଓ ସ୍ତ୍ରୀ ସାହାଯ୍ୟ ମାଗୁଛନ୍ତି। କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କଲେ ବଞ୍ଚତ୍ ଯାଆନ୍ତା ଅଭିରାମଙ୍କ ଜୀବନ ବୋଲି ପୁରା ପରିବାର ଆକୁଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ

ପୁରୁଷୋତ୍ତମପୁର,୫।୭(ସିମାଞ୍ଚଳ ମିଶ୍ର) ସର୍ବଭାରତୀୟ ସ୍ତରରେ ୟୁପିଏସ୍‌ସି ଦ୍ବାରା ପରିଚାଳିତ ସିଡିଏସ୍‌(ଇଣ୍ଡିଆନ ମିଲିଟାରୀ ପରୀକ୍ଷା)ରେ ଗଞ୍ଜାମ ଜିଲା ପୁଷୋତ୍ତମପୁର ଏନ୍‌ଏସି ୱାର୍ଡନଂ ୯ ରଥ ସାହିର ସ୍ବନ୍ଦନଦାଶ...

୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର

ପାରାଦୀପ,୫ା୭: ଜଗତ୍‌ସିଂହପୁର ଜିଲା ପାରାଦୀପରେ ୩ ଦିନର ନବଜାତ ଶିଶୁପୁତ୍ରଙ୍କୁ ୧ ଲକ୍ଷ ଟଙ୍କାରେ ଜଣେ ଅସହାୟ ମହିଳା ବିକ୍ରିକରି ଦେଇଥିଲେ। ହେଲେ ବିକ୍ରି ହୋଇଥିବା...

ଲାଞ୍ଚ ନେଉଥିବାବେଳେ ଆରଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଖୋର୍ଦ୍ଧା,୫।୭(ପ୍ରଭାତ ପାଣିଗ୍ରାହୀ): ଲାଞ୍ଚ ନେବା ବେଳେ ଧରାପଡିଲେ ବେଗୁନିଆ ତହସିଲ ସିକୋ ଆରଆଇ ବିଶେଶ୍ୱର ରାଏ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ...

ସଇଁତଳାରେ ବ୍ୟାପିଲା ଡେଙ୍ଗୁ: ୧୮ ଆକ୍ରାନ୍ତ ଚିହ୍ନଟ

ସଇଁତଳା,୫।୭: ବଲାଙ୍ଗୀର ଜିଲା ସଇଁତଳା ସହରରେ ଦିନକୁ ଦିନ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ସହରରେ ମୋଟ ୧୮ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧...

ସ୍ବାମୀଙ୍କ ତୀରମାଡ଼ରେ ସ୍ତ୍ରୀ ଗୁରୁତର

ପାଟଣା,୫ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ହରିଡ଼ାଗୋଠ ଗ୍ରାମରେ ଗୁରୁବାର ରାତିରେ ଜଣେ ମହିଳାଙ୍କ ତାଙ୍କ ସ୍ବାମୀ ତୀରମାଡ଼ କରିଥିବା ବାପଘର ଲୋକେ ଅଭିଯୋଗ...

ଇନ୍‌ଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ମାଲକାନଗିରି,୫ା୭: ଛତିଶଗଡ଼ ନାରାୟଣପୁର ତେଲାଙ୍ଗୁର ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ପୋଲିସ କହିଛି। ଘଟଣାସ୍ଥଳରୁ କିଛି ମାଓବାଦୀ...

ଜବରଦଖଲରେ ପଦ୍ମପୁରର ପୋଖରୀ

ପଦ୍ମପୁର,୫।୭(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ୭ଟି ପୋଖରୀଗୁଡିକ ଅବସ୍ଥା ଶୋଚନୀୟ ହୋଇପଡିଛି। କେଉଁଠାରେ ପୋଖରୀ ପୋତି ହୋଇଗଲାଣି ତ...

ଗର୍ଜନବାହାଲ କୋଇଲା ଖଣିରେ ଫୁଟିଲା ଗୁଳି: ୩ ଆହତ, ୧୦ ଅଟକ

ସୁନ୍ଦରଗଡ଼,୫ା୭(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକ ସ୍ଥିତ ଗର୍ଜନବାହାଲ କୋଇଲା ଖଣି ନିକଟ ବରପାଲିରେ ଥିବା ଏକ କୋଲ ଓ୍ବାସେରୀରେ ଗୁରୁବାର ସନ୍ଧ୍ୟାରେ ଗୁଳିକାଣ୍ଡ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri