ରାତିରେ ଶୋଇବା ପୂର୍ବରୁ କ୍ଷମା ମାଗନ୍ତି ଅଭିଷେକ,କାରଣ ଜାଣିଲେ…

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରେ ଏକ ଲୋକପ୍ରିୟ ଚର୍ଚ୍ଚିତ ଯୋଡି ହେଉଛି ଅଭିଷେକ ବଚ୍ଚନ ଏବଂ ଐଶର୍ଯ୍ୟା ରାୟଙ୍କ ଯୋଡି । ଅଭିନୟ ଦୁନିଆରେ ଦୁହେଁ ବେଶ୍‌ ମାହିର ଥିବା ବେଳେ, ଉଭୟେ ଉଭୟଙ୍କୁ ଖୁବ ଭଲ ପାଆନ୍ତି। ନିକଟରେ ଏକ ସାକ୍ଷାତକାରରେ ଐଶର୍ଯ୍ୟା କହିଥିଲେ ଯେ, ପ୍ରତି ସ୍ତ୍ରୀ-ସ୍ବାମୀଙ୍କ ଭଳି ଆମ ଭିତରେ ମଧ୍ୟ ଝଗଡା ହୁଏ । ଯେତେବେଳେ ଗୋଟେ କଥାକୁ ନେଇ ଦୁହିଁଙ୍କ ସହମତି ନଥାଏ ସେତେବେଳେ ଏମିତି ହୁଏ । ହେଲେ ଆଜି ଯାଏ ଦୁହିଁଙ୍କ ମଧ୍ୟରେ ସେମିତି ସିରିଏସ ଝଗଡା କେବେ ବି ହୋଇ ନାହିଁ ।
ଠିକ ସେମିତି ଅଭିଷେକ ଏକ ସାକ୍ଷାତକାରରେ କହିଥିଲେ ଯେ, ଯଦି ଏମିତି ଝଗଡା ନ ହୁଅନ୍ତା ତେବେ ଆମ ବିବାହ ଜୀବନ ବୋରିଂ ହୋଇ ଯାଇଥାଆନ୍ତା । ଯେତେବେଳେ ବି ଦୁହିଁଙ୍କ ମଧ୍ୟରେ ଝଗଡା ହୁଏ , ସବୁବେଳେ ରାତିରେ ଶୋଇବା ପୂର୍ବରୁ ଅଭିଷେକ ଐଶର୍ଯ୍ୟାଙ୍କୁ କ୍ଷମା ମାଗନ୍ତି । କାହିଁକି ନାଁ ସେ ଚାହାଁନ୍ତି ପରଦିନ ସକାଳର ଆରମ୍ଭ ଖୁବ୍‌ ଭଲରେ ହେଉ । ସେ ଏକଥା କହିଛନ୍ତି ଯେ, ସାଧାରଣତଃ ମହିଳା ମାନେ ପ୍ରଥମେ ନିଜର ଭୁଲ ମାନନ୍ତି ନାହିଁ ସେଥିପାଇଁ ଝଗଡାରେ ସବୁବେଳେ ସେ ପ୍ରଥମେ କ୍ଷମା ମାଗି ନିଅନ୍ତି ।

Share