ଝିଅର ଭିଡିଓରେ ପ୍ରତିକ୍ରିୟା ଦେଲେ ଅଭିଷେକ

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଷ୍ଟାର୍‌କିଡ୍‌ଙ୍କ ମଧ୍ୟରୁ ଅନ୍ୟତମ। ଫଟୋଗ୍ରାଫରମାନେ ସବୁବେଳେ ବଚ୍ଚନ ପରିବାର ସଦସ୍ୟଙ୍କ ଫଟୋ ଉଠାଇବାକୁ ଚାହିଁଥାନ୍ତି। ନିକଟରେ ଆରାଧ୍ୟାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ହିନ୍ଦୀରେ କବିତା ପାଠ କରୁଥିବା ଦେଖାଯାଇଥିଲା। ତାଙ୍କ ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ କରିଥିଲେ।

ଅଭିଷେକ ଏବେ ଝିଅ ଆରାଧ୍ୟାଙ୍କର ଏହି ଭିଡିଓ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଭିଡିଓକୁ ରିଟୁଇଟ୍‌ କରି ଜଣେ ୟୁଜର କ୍ୟାପଶନରେ ଲେଖିଛନ୍ତି, ‘ଏହାକୁ ଜାରିରଖ’ । ଏଥିସହିତ ସେ ଆରାଧ୍ୟା, ଅଭିଷେକ ଏବଂ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି। ଉତ୍ତରରେ ଅଭିଷେକ ଏଥିର ହାତ ଯୋଡ଼ିବା ଇମୋଜି ଲଗାଇଛନ୍ତି। ଏହି ଭିଡିଓରେ କହିଛନ୍ତି, ଏହା ସ୍କୁଲ ଦ୍ୱାରା ଲିକ୍‌ ନ ହେବାକୁ ସୂଚାଇଛନ୍ତି।

ଅଭିଷେକ କହିଛନ୍ତି, ‘ନୋ’, ଏହା ସ୍କୁଲରୁ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଲିକ୍‌ ହୋଇନାହିଁ। ଯେତେବେଳେ ବି ସେ ଘରୁ ବାହାରକୁ ଆସିବ ତୁମେ ଶୁଟିଂ କରିବ। ସେ ଦୁଇ କଳାକାରଙ୍କ ଝିଅ ଏବଂ ଦୁଇ କଳାକାରଙ୍କ ନାତୁଣୀ। ସେଥିପାଇଁ ମୁଁ ଜାଣେ ଯେ ଏଥିରେ କେହି କିଛି କରିପାରିବେ ନାହିଁ। ‘ଆହୁରି ମଧ୍ୟ ଅଭିଷେକ କହିଛନ୍ତି ଐଶ୍ୱର୍ଯ୍ୟା ଝିଅକୁ ସୁବେବେଳ ସର୍ବଦା ନମ୍ର ହେବାକୁ ଶିଖାଇଥାନ୍ତି।

Share