ଏହି କାମ କରିବାବଳେ ଅନସ୍ପଟ ଐଶ୍ୱର୍ଯ୍ୟାଙ୍କୁ ଧରିଥିଲେ ଅଭିଷେକ ବଚ୍ଚନ! କ’ଣ ଏହିଠୁ ଆରମ୍ଭ ହୋଇଛି ଛାଡପତ୍ର ବିବାଦ

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡି ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ଛାଡପତ୍ରକୁ ନେଇ ବିଭିନ୍ନ ଗୁଜବ ଶୁଣିବାକୁ ମିଳୁଛି। ଏପରି କୁହାଯାଉଛି ଯେ, ସେ ବିବାହ ପରେ ତାଙ୍କ ସମ୍ପର୍କ କିଛି ଭଲ ଚାଲୁ ନ ଥିଲା। ସ୍ଥିତି ଏପରି ହେଲାଣି ଯେ, ଏବେ ଛାଡପତ୍ର ଯାଏଁ କଥା ଗଲାଣି। ନିକଟରେ ଐଶ୍ୱଙ୍କ ଏକ ସାକ୍ଷାତକାର ଭାଇରାଲ ହୋଇଛି ଯେଉଁଥିରେ ସେ କହିଥିଲେ, ବିବାହ ପରେ ମୋତେ ଫିଲ୍ମ କରିବାକୁ ମନା କରାଯାଉଥିଲା। ସେଥିପାଇଁ ବହୁତ ଦିନ ଧରି ମୁଁ ବି-ଟାଉନରୁ ଦୂରେଇ ଯାଇଥିଲି।

ବଚ୍ଚନ ପରିବାରର ବୋହୂଙ୍କୁ ଅନ୍ତରଙ୍ଗ ଦୃଶ୍ୟରେ ଅଭିନୟ ନ କରିବାକୁ କୁହାଯାଇଥିଲା। ସେଥିପାଇଁ ପରିବାରରେ ଅଶାନ୍ତି ଲାଗି ରହିଥିଲା। ବଲିଉଡରେ ଅଭିନୟ କରିବାକୁ ଛାଡି ଦେଇଥିଲେ ବି ତାଙ୍କୁ ପୁଣି ଫେରିବା ପାଇଁ ଏହି ରିସ୍କ ନେବାକୁ ପଡିଲା। ଯେତେବେଳେ ଅଭିନେତ୍ରୀ ଏ ଦିଲ ହେ ମୁସ୍କିଲ ଫିଲ୍ମର ଅଫର ପାଇଲେ, ସେ ଏଥିରେ କାମ କରିବାକୁ ସ୍ଥିର କଲେ। କିନ୍ତୁ ବଚ୍ଚନ ପରିବାରର କେହି ଏହା ଚାହୁଁ ନଥିଲେ। କାରଣ ଏହି ଫିଲ୍ମରେ ଅନେକ ରୋମାଣ୍ଟିକ ଦୃଶ୍ୟ ଥିଲା। କିନ୍ତୁ ବଚ୍ଚନ ପରିବାରର ପ୍ରତିବନ୍ଧକ ଯୋଗୁ ଐଶ୍ୱ, ଅଭିଷେକଙ୍କୁ ଫିଲ୍ମର ପୁରା କାହାଣୀ ନ ଜଣାଇ ଅଭିନୟ କରିଥିଲେ। କିନ୍ତୁ ପରେ ସେହି ଚଳଚ୍ଚିତ୍ରର ଟ୍ରେଲର ବାହାରିବା ପରେ ଐର୍ଯ୍ୟାଙ୍କ ବୋଲ୍ଡ ଦୃଶ୍ୟର ଭିଡିଓ ନିଆଁ ଭାଇରାଲ ହୋଇଥିଲା। ଏହା ପରେ ପରିବାରରେ ଅଶାନ୍ତି ଆରମ୍ଭ ହୋଇଥିଲା। ସେତେବେଳେ ଶୁଣିବାକୁ ମିଳିଥିଲା ଯେ ଐଶ୍ୱ ଓ ଅଭିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏବଂ ବହୁତ ଶୀଘ୍ର ବିବାହ ବିଚ୍ଛେଦ ହେବାକୁ ଯାଉଛି।

କେବଳ ଏତିକି ନୁହେଁ ଜୟା ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଖରାପ ହେବାକୁ ଲାଗିଲା। କିନ୍ତୁ ସେହି ସମୟରେ ଅଭି ନୀରବ ରହିଥିଲେ।କାରଣ ସେ ଏହି ପ୍ରସଙ୍ଗରେ ସର୍ବସାଧାରଣରେ ଆଲୋଚନା କରିବାକୁ ଚାହୁଁ ନ ଥିଲେ।

Share