ଫିଲ୍ମରେ ସଫଳତା ପାଇଁ ଏପରି କଲେ ଅଭିଷେକ

ଅଭିନେତା ଅଭିଷେକ ବଚ୍ଚନ ବଲିଉଡ୍‌ରେ ଅନେକ ଫିଲ୍ମରେ କାମ କରିସାରିଛନ୍ତି। ହିଟ୍‌ ସାଙ୍ଗକୁ ଅନେକ ଫ୍ଲପ୍‌ ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି। ସଫଳତା ପାଇଁ କେବଳ କଠିନ ପରିଶ୍ରମ ଜରୁରୀ ହୋଇ ନ ଥାଏ। ଏଥିପାଇଁ ଭାଗ୍ୟ ମଧ୍ୟ ସାଥ୍‌ ଦେବା ଦରକାର। ଏମିତି ଅନେକ କଳାକାର ରହିଛନ୍ତି, ଯେଉଁମାବେ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରିଥାନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଲେ ଅଭିଷେକ ବଚ୍ଚନ। କ୍ୟାରିୟରରେ ପ୍ରଥମ ଥର ପାଇଁ ଅଭିଷେକ ନିଜ ନାମରେ ବରିବର୍ତ୍ତନ କରିଛନ୍ତି। ତାଙ୍କ ଫିଲ୍ମ ‘ଦି ବିଗ୍‌ ବୁଲ’ର ଟ୍ରେଲର ନିକଟରେ ରିଲିଜ୍‌ ହୋଇଥିଲା। ଏହାକୁ ଧ୍ୟାନରେ ଦେଖିଲେ ଜଣାପଡ଼ିବ ଯେ, ଅଭିନେତା ନିଜ ନାମରେ ଆଉ ଏକ ‘ଏ’ ଯୋଡି ଦେଇଛନ୍ତି। ଏବେ ସେ ଫିଲ୍ମରେ Abhishek Bachchan ପରିବର୍ତ୍ତେ Abhishek A Bachchan ଲେଖିଛନ୍ତି।
ତେବେ ଅଭିଷେକଙ୍କ ନାମରେ ଏହି ପରିବର୍ତ୍ତନ କେବଳ ତାଙ୍କ ଫିଲ୍ମ ପର୍ଯ୍ୟନ୍ତ ସୀମିତ ରହିଛି। କାରଣ ସୋସିଆଲ ମିଡିଆରେ ଅଭିନେତାଙ୍କ ନାମ Abhishek Bachchan ରହିଥିବା ଦେଖିବାକୁ ମିଳୁଛି।

Share