ଗାଧୋଇବାକୁ ଭଲ ପାଆନ୍ତିନି ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପ୍ରତ୍ୟେକ ସମ୍ପର୍କ ପାଇଁ ସେ ଏକ ଭଲ ଉଦାହରଣ। ସେ ଜଣେ ଭଲ ପୁଅ, ଭଲ ଭାଇ, ଭଲ ସ୍ବାମୀ ଏବଂ ଭଲ ବାପା ଭାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅଭିଷେକଙ୍କ କିଛି ଅଭ୍ୟାସ ବିଷୟରେ କହିଲେ, ସେ ଗାଧୋଇବାକୁ ଆଦୌ ହେଲେ ପସନ୍ଦ କରନ୍ତି ନାହିଁ। ତାଙ୍କର ଏହି ଅଭ୍ୟାସ ପାଇଁ ପୂରା ବଚ୍ଚନ ପରିବାର ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥାନ୍ତି। ଅଭିଷେକ ଅଜୟ ଦେବଗନଙ୍କ ସହ ‘ଦ କପିଲ ଶର୍ମା ଶୋ’ରେ ଅତିଥି ଭାବେ ପହଞ୍ଚି ଏ କଥା କହିଥିଲେ।
ଏହି ଅବସରରେ ସେ ଫିଲ୍ମ ‘ଏଲ୍‌ଓସି’ ର ଶୁଟିଂ ସମୟରେ ହୋଇଥିବା ମସ୍ତି ମଜାକ ବିଷୟରେ କଥା ହୋଇଥିଲେ। ଲଦାଖରେ ଫିଲ୍ମର ଶୁଟିଂ ଚାଲିଥିଲା। ଉକ୍ତ ସମୟରେ ତାପମାତ୍ରା ମାଇନସ୍‌ ୩୦ ଡିଗ୍ରୀ ଥିଲା। ଏହି ସମୟରେ ଅଭିଷେକ ରହୁଥିବା ହୋଟେଲରେ ହିଟର କିମ୍ବା ଗିଜର ନ ଥିଲା। ତେଣୁ ଗାଧୋଇବା ପାଇଁ ଗରମ ପାଣି ପାଇଁ ରିସେପନିଷ୍ଟକୁ ଫୋନ୍‌ କରିବାକୁ ପଡ଼ୁଥିଲା। ଗରମ ପାଣି ଆସିବା ପରେ ଗାଧୋଇବାକୁ ଇଚ୍ଛା ହେଉ ନ ଥିଲେ ମଧ୍ୟ ଗାଧୋଇବାକୁ ପଡ଼ୁଥିଲା ବୋଲି ଅଭିଷେକ କହିଥିଲେ।

Share