ଅଭିଷେକଙ୍କ ଫିଲ୍ମ ଦେଖିବାକୁ ମନାକଲେ ସ୍ତ୍ରୀ ଐଶ୍ୱର୍ଯ୍ୟା, ମା’ ଜୟା: ଜାଣନ୍ତୁ କାହିଁକି..

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ଫିଲ୍ମ ‘ଦ ବିଗ୍‌ ବୁଲ’ ଓଟିଟି ପ୍ଲାଟଫର୍ମ, ଡିଗ୍ରୀ ହଟଷ୍ଟାରରେ ରିଲିଜ୍‌ ହୋଇଯାଇଛି। ଫିଲ୍ମ ରିଲିଜ୍‌ ପୂର୍ବରୁ ଅଭିଷେକ କହିଛନ୍ତି ଯେ, ସେ ନିଜ ପରିବାରକୁ ଫିଲ୍ମ ଦେଖାଇଥିଲେ। ମାତ୍ର ଏହାକୁ କେବଳ ବାପା ଅମିତାଭ ବଚ୍ଚନ ଦେଖିଥିଲେ। ଫିଲ୍ମକୁ ଦେଖିବା ପରେ ବିଗ୍‌ ବି ପୁଅର ଅଭିନୟ ସହ ଫିଲ୍ମକୁ ମଧ୍ୟ ବହୁତ ପସନ୍ଦ କରିଥିଲେ। ମାତ୍ର ଅଭିଷେକଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଫିଲ୍ମ ରିଲିଜ୍‌ ପରେ ଦେଖିବେ ବୋଲି କହିଥିଲେ। ଏଥିସହ ଅଭିଷେକ ନିଜ ମା’ ଜୟ ବଚ୍ଚନଙ୍କୁ ଅନ୍ଧବିଶ୍ୱାସୀ କହିବା ସହ ସେ ମୋ ସ୍ତ୍ରୀଙ୍କ ପରି ଫିଲ୍ମ ରିଲିଜ୍‌ ପୂର୍ବରୁ ଦେଖନ୍ତି ନାହିଁ ବୋଲି କହିଥିଲେ।
ଏକ ସାକ୍ଷାତକାରରେ ଅଭିଷେକ କହିଥିଲେ ଯେ, ମା’ଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଫିଲ୍ମ ରିଲିଜ୍‌ ହୋଇଛି। ତେଣୁ ଜନ୍ମଦିନର ଉପହାର ରୂପେ ମୁଁ ଏହି ଫିଲ୍ମକୁ ପରେ ଦେଖିବି ବୋଲି ଜୟା କହିଥିଲେ।

Share