ଅଭିଷେକଙ୍କ ଓଜନ ୧୦୦ କିଲୋ

ମୁମ୍ବାଇ: ବଲିଉଡ୍ ନାୟକ ଅଭିଷେକ ବଚ୍ଚନ ଏବେ ଖୁବ୍ ଚର୍ଚ୍ଚାରେ । ଖୁବ୍ ଶୀଘ୍ର ତାଙ୍କୁ ବଲିଉଡ ମୁଭି ‘ବବ ବିଶ୍ୱାସ’ରେ ଦେଖିବାକୁ ମିଳିବ । କିଛିଦିନ ତଳେ ଏହାର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଅଭିଷେକଙ୍କ ପ୍ରଶଂସକ ଏହାକୁ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । ଏଥିରେ ଅଭିଷେକଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଫିଲ୍ମରେ ଅଭିନୟ ପାଇଁ ସେ ୧୦୦-୧୦୫ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ବଢାଇଛନ୍ତି । ଦର୍ଶକେ ଭାବୁଥିବେ ଏଥିପାଇଁ ବୋଧହୁଏ ଅଭିଷେକ କୌଣସି ପ୍ରୋସ୍ଥେଟିକର ବ୍ୟବହାର କରିଛନ୍ତି । ହେଲେ ନା ଏହା ତାଙ୍କର ନାଚୁରାଲ ବଡି ବୋଲି ସେ କହିଛନ୍ତି । ଏହି ଫିଲ୍ମରେ ଅଭିନୟ କରିବାକୁ ଅଭିଷେକ ପ୍ରୋସ୍ଥେଟିକର ବ୍ୟବହାର କରିପାରି ଥାଆନ୍ତେ, ହେଲେ ଦର୍ଶକେ ଏହାକୁପସନ୍ଦ କରି ନ ଥାଆନ୍ତେ । ତେଣୁ ସେ ଆବଶ୍ୟକ ଅନୁଯାୟୀ ଓଜନ ବଢାଇ ‘ବବ ବିଶ୍ୱାସ’ ମୁଭିରେ ଅଭିନୟ କରିଛନ୍ତି ବୋଲି କୁହନ୍ତି । ନିକଟରେ ଏକ ସାକ୍ଷାତ୍‌କାରରେ ସେ ଏହା କହିଛନ୍ତି । ଅଭିଷେକ କହିଛନ୍ତି ‘ବବ ବିଶ୍ୱାସ’ରେ ଅଭିନୟ ପାଇଁ ସେ ପ୍ରୋସ୍ଥେଟିକର ବ୍ୟବହାର କରିପାରି ଥାଆନ୍ତେ ହେଲେ ଏହା ଟିକେ ଅଡୁଆ ଲାଗିଲା । ପୁଣି ଓଜନ ବଢିଗଲେ ବଡି ଲାଙ୍ଗୁଏଜ ବି ପରିବର୍ତ୍ତନ ହୋଇଯାଏ ବୋଲି ସେ କହିଛନ୍ତି । ଏହା ଜଣେ ବ୍ୟକ୍ତିର ଚାଲିବା , ଦୌଡିବା ଆଦି ଶୈଳିକୁ ପରିବର୍ତ୍ତନ କରି ଦେଇଥାଏ । ସୂଚନାଯୋଗ୍ୟ, ଅଭିଷେକଙ୍କ ଅଭିନୀତ ଏହି ଫିଲ୍ମରେ ଚିତ୍ରାଙ୍ଗଦା ସିଂ ଲିଡ ରୋଲରେ ଦେଖାଦେବେ । ଏହା ଆସନ୍ତା ମାସ ୩ ତାରିଖରେ ଜି୫ରେ ପ୍ରିମିୟର ହେବ ।

Share