ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଅଭିଷେକ ବଚ୍ଚନ! ଜାଣିବା ପରେ ଐଶ୍ୱର୍ଯ୍ୟା…

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ବିଷୟରେ ଗୁଜବ ବଢିବାରେ ଲାଗିଛି। ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେମାନଙ୍କୁ ଅଲଗା ଅଲଗା ଦେଖିବାକୁ ମିଳୁଛନ୍ତି। ଫଳରେ ଗୁଜବ ବି ବଢି ଚାଲିଛି। ଏହି ସମୟରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କୁହାଯାଉଛି ଯେ ଦୁହେଁ ଅଲଗା ଅଛନ୍ତି ଏବଂ ଏହାର କାରଣ ଐଶ୍ଚର୍ଯ୍ୟାଙ୍କୁ ଧୋକା ଦେଇଛନ୍ତି।

ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ‘ଦଶୱିଁ’ ଫିଲ୍ମର ଜଣେ କୋ-ଷ୍ଟାରଙ୍କ ଅଭିନେତ୍ରୀଙ୍କ ସହିତ ଅଭିଙ୍କ ସମ୍ପର୍କ ବଢିବାରେ ଲାଗିଛି। କୁହାଯାଉଛି ଯେ, ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହ ଦୀର୍ଘ ଦିନ ଧରି ବଚ୍ଚନ ପରିବାର ଏବଂ ଅଭିଷେକଙ୍କଠାରୁ ଦୂରରେ ରହିଛନ୍ତି ଏବଂ ଉଭୟ ଐଶ୍ୱଙ୍କ ମା’ଙ୍କ ଘରେ ରହୁଛନ୍ତି। ଅଭିଙ୍କର ଏହି ଅଭିନେତ୍ରୀଙ୍କ ସହ ସମ୍ପର୍କ ବଢିବାରୁ ଦୁହିଁଙ୍କ ସମ୍ପର୍କରେ ଭଟ୍ଟା ପଡିଥିଲା।

Share