ଐଶ୍ୱର୍ଯ୍ୟାଙ୍କ ପ୍ରଶଂସାରେ ଶତମୁଖ

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ସ୍ତ୍ରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପ୍ରଶଂସା କରିବାର କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ନିକଟରେ ଅଭିଷେକ ଐଶ୍ୱର୍ଯ୍ୟାଙ୍କ ପ୍ରଶଂସାରେ ପୁଣି ଶତମୁଖ ହୋଇଛନ୍ତି।
ନିକଟରେ ଅଭିଷେକ ବଚ୍ଚନ ଫିଲ୍ମର ପ୍ରମୋଶନ ସମୟରେ ଐଶ୍ୱର୍ଯ୍ୟା କିପରି ଘରର ଦାୟିତ୍ୱ ନିଜ କାନ୍ଧରେ ନେଇଛନ୍ତି ତାହା କହିଥିଲେ। ଏତେ ସଫଳ ହୋଇଥିଲେ ମଧ୍ୟ ଐଶ୍ୱର୍ଯ୍ୟା ଘରେ ଏକ ସରଳ ଜୀବନଯାପନ କରନ୍ତି। ଏତେ କାମ କଲେ ମଧ୍ୟ ସେ ଥକି ପଡନ୍ତି ନାହିଁ। ମୁଁ ସେଥିପାଇଁ ବହୁତ କୃତଜ୍ଞ।
ଐଶ୍ଚର୍ଯ୍ୟା ରାୟଙ୍କୁ ଶେଷଥର ପାଇଁ ‘ପୋନିୟିନ ସେଲଭାନ ୨’ରେ ଦେଖିବାକୁ ମିଳିଥିଲା। ଏହା ସହିତ ଅଭିଷେକ ବଚ୍ଚନଙ୍କ ଆଗାମୀ ଚଳଚ୍ଚିତ୍ର ‘ଘୁମର’ ଅଗଷ୍ଟ ୧୮, ୨୦୨୩ରେ ରିଲିଜ ହେବ।

Share