ତୁମେ ଐଶ୍ୱର୍ଯ୍ୟାଙ୍କ ପାଇଁ ଯୋଗ୍ୟ ନୁହଁ, ଟ୍ରୋଲରଙ୍କ ଏହି କଥାରେ ଏମିତି ଉତ୍ତର ଦେଲେ ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ତାଙ୍କର ଆଗାମୀ ଫିଲ୍ମ ‘ଦି ବିଗ୍‌ ବୁଲ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ତେବେ ଅନେକ ସମୟରେ ଅଭିଷେକ ସୋସିଆଲ ମିଡିଆରେ ଟ୍ରୋଲର ସମ୍ମୁଖୀନ ହୋଇଥାନ୍ତି। ଏହାର ଉପଯୁକ୍ତ ଜବାବ ମଧ୍ୟ ସେ ଟ୍ରୋଲରଙ୍କୁ ଦେଇଥାନ୍ତି। ଏବେ ଠିକ୍‌ ସେମିତି କିଛି ଘଟିଛି।
ଫିଲ୍ମ ‘ଦି ବିଗ୍‌ ବୁଲ’ର ଟ୍ରେଲର ଅଭିଷେକ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର କରିଥିଲେ। ଏହି ସମୟରେ ଜଣେ ୟୁଜର ତାଙ୍କୁ ଟ୍ରୋଲକରି ଲେଖିଛନ୍ତି, ତୁମେ କୌଣସି କାମକୁ ନୁହଁ, କେବଳ ଗୋଟିଏ କାରଣ ପାଇଁ ମୁଁ ତୁମ ଉପରେ ଈର୍ଷା କରୁଛି। ତାହା ହେଉଛି, ତୁମେ ବହୁତ ସୁନ୍ଦର ସ୍ତ୍ରୀ ପାଇଛ, ଯାହାର ସମକ୍ଷମ ତୁମେ ନୁହଁ। ଏହି ମନ୍ତବ୍ୟ ଉପରେ ଅଭିଷେକ ଉତ୍ତର ମଧ୍ୟ ଦେଇଛନ୍ତି।
ଅଭିଷେକ ଟୁଇଟ୍‌ କରି ଲେଖିଛନ୍ତି, ଠିକ୍‌ ଅଛି। ଆପଣଙ୍କ ଚିନ୍ତାଧାରା ପାଇଁ ଧନ୍ୟବାଦ। ଆପଣ କାହା ବିଷୟରେ କ’ଣ କହୁଛନ୍ତି ତାହା ମୁ ଭାବି ଉତ୍ସୁକ ହୋଇପଡ଼ିଛି। କାରଣ ଆପଣ ବହୁତ ଲୋକଙ୍କୁ ଟ୍ୟାଗ୍‌ କରିଛନ୍ତି। ମୁଁ ଇଲିଆନା ଏବଂ ନିକ୍କିଙ୍କୁ ଜାଣିଛି, ସେମାନେ ଅବିବାହିତ। ଅଭିଷେକଙ୍କ ଏହି ଉତ୍ତର ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Share