ଚଳିତ ବର୍ଷ ଦୀପାବଳି ପାର୍ଟି ଦେବେ ନାହିଁ ବିଗ୍ ବି: ଅଭିଷେକ

ମୁମ୍ବାଇ: ଦୀପାବଳି ସାଧାରଣ ଲୋକଙ୍କ ପାଇଁ ଯେମିତି ଉତ୍ସାହ ଓ ଆନନ୍ଦ ଆଣିଥାଏ ଠିକ୍ ସେହିପରି ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ଏହାକୁ ଖୁବ୍ ଧୁମଧାମରେ ପାଳନ କରିଥାଆନ୍ତି । ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଏକ ନିଆରା ଢଙ୍ଗରେ ପ୍ରତିବର୍ଷ ଏହିପର୍ବ ପାଳନ କରି ପାର୍ଟିର ଆୟୋଜନ କରିଥାଆନ୍ତି । ହେଲ ଚଳିତ ବର୍ଷ ସେ ଏହି ପାର୍ଟି ଦେବେନାହିଁ ବୋଲି କହିଛନ୍ତି ପୁୁଅ ଅଭିଷେକ ବଚ୍ଚନ । ଅଭିଷେକ କହିଛନ୍ତି ଚଳିତ ବର୍ଷ ତାଙ୍କ ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାରୁ ପିତା ଏଥର ଦୀପାବଳି ପାର୍ଟି ଦେବେନାହିଁ । ସୂଚନାଯୋଗ୍ୟ, ଚଳିତବର୍ଷ ଅମିତାଭଙ୍କ ଝିଅ ଶ୍ୱେତା ନନ୍ଦାଙ୍କ ଶାଶୁ ରିତୁ ନନ୍ଦାଙ୍କର ମୃତ୍ୟୁ ପାଇଁ ବଚ୍ଚନ ପରିବାର ଦୀପାବଳି ପାର୍ଟି ଦେବେନାହିଁ । ଏହାସହ କରୋନା ମହାମାରୀ ଯୋଗୁ ବି ଏହାକୁ ଏକ ପ୍ରକାର ବନ୍ଦ କରି ଦିଆଯାଇଛି । ଅଭିଷେକ କହିଛନ୍ତି ଯେତେବେଳେ ଆମେ ଏକାଠି ହେବା ସେତେବେଳେ ଆମ ମଧ୍ୟରୁ କିଏ ସଂକ୍ରମିତ ତାହାତ ଆମେ ଜାଣି ପାରିବାନାହିଁ । ତେଣୁ କରୋନାଠାରୁ ଦୂରେଇ ରହିବାକୁ ହେଲେ ଆମକୁ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ । ସୂଚନଯୋଗ୍ୟ, ଗତ ଜୁଲାଇ ମାସରେ ଅମିତାଭ ବଚ୍ଚନଙ୍କ ସମେତ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଓ ନାତୁଣୀ ଆରାଧ୍ୟା କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି ।

Share