ଆର୍ଥିକ ଅନାଟନ ପାଇଁ ନିଜ ପାଠପଢା ଛାଡିବାକୁ ବସିଥିଲେ ଅଭିଷେକ ବଚ୍ଚନ

ପରିବାରର ଆର୍ଥିକ ଅନାଟନ ପାଇଁ ନିଜ ପାଠପଢା ଛାଡିବାକୁ ବସିଥିଲେ ଜୁନିୟର ବଚ୍ଚନ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଅଭିଷେକ ବଚ୍ଚନ ପରିବାର ଆର୍ଥିକ ସଂକଟ ପାଇଁ ନିଜର ପାଠପଢା ଛାଡିବା କଥା କହୁଛନ୍ତି । ମିଲିନ୍ଦଙ୍କ ଏହର ଟୁଇଟ୍‌ର ରିପ୍ଲାଏ ମଧ୍ୟ ଦେଇଛନ୍ତି ଅମିତାଭ ବଚ୍ଚନ।

ମିଲିନ୍ଦ ଏକ ସାକ୍ଷାତକାରର ଛୋଟିଆ କ୍ଲିପକୁ ଟୁଇଟ୍‌ରରେ ଶେୟାର କରି କହିଛନ୍ତି, ‘ଯଦି ଏହାକୁ ଦେଖି ନାହାନ୍ତି, ମୁଁ ମୋର ବନ୍ଧୁ ଅଭିଷେକଙ୍କ ଜ୍ଞାନପୂର୍ଣ୍ଣ ବାକ୍ୟକୁ ଶେୟାର କରୁଛି। ବଲିଉଡର ସବୁଠାରୁ ଅଣ୍ଡର ରେଟେଡ୍‌ ଅଭିନେତାଙ୍କ ସର୍ବୋତ୍ତମ ସମୟ ଆସିବା ବାକି ରହିଛି’।

ମିଲିନ୍ଦଙ୍କ ଏହି ଟୁଇଟ୍‌ ଉପରେ ଅମିତଭ୍‌ ବଚ୍ଚନ ମଧ୍ୟ ଟୁଇଟ କରିଛନ୍ତି, ସେ ଲେଖିଛନ୍ତି ୟୋ ବେବି ଏହିପରି ଆମେ କରିଛୁ ।

Share