ଅଭିଷେକ ବଚ୍ଚନ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ଫିଲ୍ମ ‘ଲୁଡୋ’ରେ ନଜର ଆସିଥିବା ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ବର୍ତ୍ତମାନ ଖୁବ୍‌ଶୀଘ୍ର ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି। ଅଭିଷେକ ବଲିଉଡ୍‌ରେ ୨୦ ବର୍ଷ କ୍ୟାରିୟର ପୂରା କରିଛନ୍ତି। ସେ ଖୁବ୍‌ଶୁଘ୍ର ରାଜନୀତି କରିବେ। ଆପଣ ଭାବୁଥିବେ ଅଭିଷେକ ନିଶ୍ଚିତ କେଉଁ ଆସନରୁ ନିର୍ବାଚନ ଲଢ଼ିବେ ଏଥର। ମାତ୍ର ଏମିତି କିଛି ନୁହେଁ, ଅଭିଷେକ ରିୟଲରେ ନୁହେଁ, ରିଲ୍‌ରେ ରାଜନୀତି କରିବେ। ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀ ଭୂମିକାରେ ଅଭିନୟ କରିବେ। ସେ ଫିଲ୍ମ ‘ଦଶବୀ ଫେଲ୍‌’ରେ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି।

ଚର୍ଚ୍ଚା ହେଉଥିବା ଖବର ଅନୁଯାୟୀ, ଅଭିଷେକ ଆଗାମୀ ଫିଲ୍ମ ‘ଦଶବୀ ଫେଲ୍‌’ରେ ମୁଖ୍ୟମନ୍ତ୍ରୀ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ପୂରା ରାଜନୀତି ଉପରେ ଆଧାରିତ। ଏଥିରେ ଆପଣଙ୍କୁ ମନୋରଞ୍ଜନ ସହ ଜବରଦସ୍ତ ତଡ଼କା ଦେଖିବାକୁ ମିଳିବ। ଏହି ଫିଲ୍ମ ଜରିଆରେ ଲୋକଙ୍କୁ ଏହି ବାର୍ତ୍ତା ଦିଆଯିବ କି ଜୀବନରେ ପାଠର ଭୂମିକା କେତେ ଅଧିକ। ଫିଲ୍ମଟି ଆଗ୍ରା ଏବଂ ଦିଲ୍ଲୀର କିଛି ସ୍ଥାନରେ ଶୁଟ୍‌ କରାଯିବ।

Share