Categories: ଜାତୀୟ

ମମତାଙ୍କୁ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଇଡିର ସମନ

କୋଲକାତା,୩୦।୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଟିଏମ୍‌ସିର ରାଷ୍ଟ୍ରୀୟ ମହାସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସମନ ପଠାଇଛି। କୋଇଲା ଚୋରି ସ୍କାମର ଯାଞ୍ଚ ସମ୍ପର୍କରେ ପଚରାଉଚରା କରିବା ପାଇଁ ଅଭିଷେକଙ୍କୁ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ କୋଲକାତା ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ଉକ୍ତ ମାମଲାରେ ଅଭିଷେକ ବାନାର୍ଜୀଙ୍କ ଶାଳୀ ମେନୋକା ଗମ୍ଭୀରଙ୍କୁ ମଧ୍ୟ ସେପ୍ଟେମ୍ବର ୫ରେ ହାଜର ହେବାକୁ ଇଡି ପକ୍ଷରୁ ସମନ ପଠାଯାଇଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗମ୍ଭୀରଙ୍କୁ ନୂଆଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଲଣ୍ଡନରେ ଗମ୍ଭୀରଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟ ବିଷୟରେ ଅଧିକ ସୂଚନା ପାଇଁ ଏହି ସମନ ପଠାଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।

Share