Categories: ଜାତୀୟ

କୋଲକାତା ଘଟଣାରେ ମୁହଁ ଖୋଲିଲେ ଅଭିଷେକ ବାନାର୍ଜୀ, ମମତାଙ୍କୁ କହିଲେ ଦୁଃଖର ବିଷୟ…

କୋଲକାତା ,୨୨।୮: କୋଲକାତା ଟ୍ରେନି ଡାକ୍ତର ବଳାତ୍କାର ଓ ହତ୍ୟା ମାମଲାରେ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ତେବେ ଏହି ମାମଲାକୁ ନେଇ ଟିଏମସି ଏମପି ତଥା ପାର୍ଟି ମହାସଚିବ ଅଭିଷେକ ବାନାର୍ଜୀ ମୁହଁ ଖୋଲିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ ମମତାଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବଳାତ୍କାର ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏଥିପାଇଁ କଠୋରରୁ କଠୋର ନିୟମ ଆସୁ। ବଳାତ୍କାରୀ ଓ ହତ୍ୟାକରୀଙ୍କ ବିରୋଧରେ ତୁରନ୍ତ ମକଦ୍ଦମା କରାଯାଉ ବୋଲି ସେ ଆହ୍ବନ କରିଛନ୍ତି।

ସେ ଆହୁରି ଲେଖିଛନ୍ତି, ଦେଶର ବିଭିନ୍ନ ଅଞ୍ଚଳରେ ପ୍ରତିଦିନ ୯୦ ବଳାତ୍କାର ମାମଲା ସାମ୍ନାକୁ ଆସୁଛି। ଏଥିପାଇଁ ତୁରନ୍ତ ପଦକ୍ଷେପ ନିଆଯାଇ କଠୋର ନିୟମ ଅଣାଯିବା ଉଚିତ୍‌। ଗତ ୧୦ଦିନ ଧରି ପୂରା ଦେଶରେ ଆରଜି ମେଡିକାଲ ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ଠିକ୍‌ ଏହି ସମୟରେ ଦେଶର ବିଭିନ୍ନ ଅଞ୍ଚଳରେ ୯୦୦ ବଳାତ୍କାର ଘଟଣା ଦେଖିବାକୁ ମିଳୁଛି। ଦୁଃଖର ବିଷୟ ଏହା କି, ଏହିସବୁ ଘଟଣାକୁ ନେଇ ସ୍ଥାୟୀ ସମାଧାନ ନିମନ୍ତେ କିଛି ପଦକ୍ଷେପ ନିଆଯାଉ ନାହିଁ।

ମମତାଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ରାଜ୍ୟ ସରକାରଙ୍କୁ ଏନେଇ ତୁରନ୍ତ ପଦକ୍ଷେପ ନିଅନ୍ତୁ। ବଳାତ୍କାର ଘଟଣାରେ କଡା ଆଇନ୍‌ ଆଣିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଦାବି କରନ୍ତୁ।

Share