ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ଏବେ ସେ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହାକି ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନିଜର ଅଭିନୟ କ୍ୟାରିୟରର ଷ୍ଟ୍ରଗଲ ଲାଇଫ୍ ବିଷୟରେ କହୁଛନ୍ତି। ଏଥିସହ ସେ ମିଷ୍ଟର ପରଫେକ୍ଟ ଆମୀର ଖାନ୍ଙ୍କ ସହ ଫିଲ୍ମରେ କାମ କରିବାକୁ ଚାହାନ୍ତି ନାହିଁ, ବରଂ ତାଙ୍କ ନିର୍ଦ୍ଦେଶନାରେ କାମ କରିବାକୁ ପସନ୍ଦ କରିବେ ବୋଲି ଅଭିଷେକ କହିଛନ୍ତି। ଧୂମ୍ ଫ୍ରାଞ୍ଚାଇଜ୍ର ତୃତୀୟ ସିନେମାରେ ଅଭିଷେକ ଆମୀରଙ୍କ ସହ କାମ କରିଥିଲେ।
ଜୁନ୍ ୩୦ରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଅଭିଷେକଙ୍କର ୨୦ ବର୍ଷ ପୂରଣ ହେବାକୁ ଯାଉଛି। ଜେପି ଦତ୍ତାଙ୍କ ଫିଲ୍ମ ‘ରିଫ୍ୟୁଜ୍’ରୁ ସେ କରୀନା କପୁରଙ୍କ ସହ ବଲିଉଡ୍ରେ କ୍ୟାରିୟର ଆରମ୍ଭ କରିଥିଲେ।