ଏହି ଗୀତର ଶୁଟିଂ ସମୟରେ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ଅଭିଷେକ

ଅଭିଷେକ୍‌ ଏବଂ ଐଶ୍ୱର୍ଯ୍ୟାଙ୍କୁ ବଲିଉଡ୍‌ର ମୋଷ୍ଟ ପାଓ୍ବାରଫୁଲ୍‌ କପଲ କୁହାଯାଏ। ୧୨ ବର୍ଷ ତଳେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆରାଧ୍ୟା ନାମକ ତାଙ୍କର ଏକ ୮ ବର୍ଷର ଝିଅ ବି ଅଛି। ତେବେ ଦୁହିଁଙ୍କ ମଧ୍ୟରେ କେମିତି ପ୍ରେମ ହୋଇଥିଲା ହୁଏତ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଫିଲ୍ମ ‘ବଣ୍ଟି ଏବଂ ବବ୍‌ଲି’ର କଜରାରେ ଗୀତର ଶୁଟିଂ ସମୟରେ ଦୁଇଜଣଙ୍କ ମଧ୍ୟରେ ଲୁଚାଛପା ପ୍ରେମ ଆରମ୍ଭ ହୋଇଥିଲା।


ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା କହିଥିଲେ, ହଲିଉଡ୍‌ ଷ୍ଟାଇଲ୍‌ରେ ଅଭିଷେକ ତାଙ୍କୁ ପ୍ରପୋଜ କରିଥିଲେ। ଅଭି ତାଙ୍କୁ ନ୍ୟୁୟର୍କରେ ପ୍ରପୋଜ୍‌ କରିଥିଲେ। ଦୁଇଜଣ ଏକ ହୋଟେଲ୍‌ ବାଲକୋନିରେ ଠିଆ ହୋଇଥିବା ବେଳେ ଅଭିଷେକ ଐଶ୍ୱର୍ଯ୍ୟାଙ୍କ ମୁଡ୍‌ ଦେଖି ପ୍ରପୋଜ କରିଥିଲେ। ଐଶ୍ୱର୍ଯ୍ୟାଙ୍କ ସାମ୍ନାରେ ଅଭି ଆଣ୍ଠେଇ ପଡ଼ି ପୂରା ଫିଲ୍ମ ଷ୍ଟାଇଲ୍‌ରେ ପ୍ରପୋଜ କରିଥିଲେ। ଫିଲ୍ମ ‘ଗୁରୁ’ ପରେ ଯୋଦ୍ଧା ଆକବର ଶୁଟିଂ ଚାଲିଥିଲା। ସେଥିରେ ଏକ ବିବାହ ସିନ୍‌ ଥିଲା। ଏହି ସମୟରେ ସେ ଅନୁଭବ କରିଥିଲେ ଅଭିଷେକଙ୍କ ସହ ସତରେ ଯେମିତି ତାଙ୍କର ବିବାହ ହେଉଛି। ସେତେବେଳେ ତାଙ୍କର ବିଶ୍ୱାସ ଆସିଥିଲା ଅଭିଷେକଙ୍କ ପ୍ରତି। ଧୀରେ ଧୀରେ ଦୁହେଁ ଦୁହିଁଙ୍କ ନିକଟତର ହୋଇଥିଲେ। ଜଣେ ଜଣଙ୍କୁ ସେତିକି ବୁଝିଥିଲେ, ଚିହ୍ନିଥିଲେ। ପରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ପ୍ରେମକୁ ବଚ୍ଚନ ପରିବାର ସ୍ବୀକୃତି ଦେଇ ବିଶ୍ୱସୁନ୍ଦରୀଙ୍କୁ ବୋହୂ କରିନେବାକୁ ରାଜି ହୋଇଯାଇଥିଲେ।

Share