ଐଶ୍ୱର୍ଯ୍ୟାଙ୍କୁ ସରପ୍ରାଇଜ୍‌ ଦେଲେ ଅଭିଷେକ! ବିବାହ ବିଚ୍ଛେଦ ଖବର ଭିତରେ ଆସିଲା ନୂଆ ଟ୍ବିଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ହେବାର ୧୭ ବର୍ଷ ବିତିଗଲାଣି। ହେଲେ ଏବେ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି ଯେ ଅଭି-ଐଶ୍ୱ ପରସ୍ପରକୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି। ଏହି କଳ୍ପନା ଆରମ୍ଭ ହୋଇଥିଲା ଯେତେବେଳେ ଅନନ୍ତ ଅମ୍ବାନୀଙ୍କ ବିବାହରେ ବଚ୍ଚନ ପରିବାରଙ୍କୁ ଅଲଗା ଅଲଗା ଦେଖିବାକୁ ମିଳିଥିଲା। ହେଲେ ଏଥିରେ ଏବେ ବଡ଼ ଟ୍ବିଷ୍ଟ ଦେଖିବାକୁ ମିଳିଛି।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ଅଭିଷେକ ବଚ୍ଚନ ଏକ ନୂଆ କାର କିଣିଛନ୍ତି। ଗତକାଲି ରାତିରେ ଅଭିଷେକ ତାଙ୍କ ଭଣଜା ଅଗସ୍ତ୍ୟ ନନ୍ଦା ଏବଂ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନଙ୍କୁ ତାଙ୍କ କାରରେ ନେଇ ରାତ୍ରୀ ଭୋଜନରେ ନେଇଥିଲେ।
ସେଲିବ୍ରିଟି ଫଟୋଗ୍ରାଫର ଯୋଗେନ ଶାହା ତାଙ୍କ ଇନଷ୍ଟାଗ୍ରାମରେ ଅଭିଷେକଙ୍କ ନୂଆ କାର ବିଷୟରେ ଏକ ପୋଷ୍ଟ ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ, ଅଭିଷେକ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ତାଙ୍କ ନୂଆ କାର୍‌ ଗିଫ୍ଟ କରିବା ସହ ପ୍ରିୟ ନମ୍ବର ପ୍ଲେଟ ରଖି ଆଶ୍ଚର୍ଯ୍ୟ କରିଛନ୍ତି।

ଅଭିଷେକ ବଚ୍ଚନଙ୍କ ନୂଆ କାର କଳା ରଙ୍ଗର । ଏହି ନମ୍ବର ପ୍ଲେଟର ଶେଷ ଚାରି ସଂଖ୍ୟା ହେଉଛି ୫୦୫୦ ଯାହା ଐଶ୍ୱର୍ଯ୍ୟାଙ୍କର ପ୍ରିୟ ସଂଖ୍ୟା । ପ୍ରିୟ ସଂଖ୍ୟା କାରଣ, ଯେତେବେଳେ ଐଶ୍ୱର୍ଯ୍ୟା ରାୟ ଗର୍ଭବତୀ ଥିଲେ, ତାଙ୍କୁ ୫୦୫୦ ନମ୍ବର ପ୍ଲେଟ ଥିବା କାରରେ ଡାକ୍ତରଖାନା ନିଆଯାଇଥିଲା। ଆରାଧ୍ୟା ବଚ୍ଚନଙ୍କୁ ଜନ୍ମ ଦେବା ପରେ ମଧ୍ୟ ଆୟଶଙ୍କୁ ସମାନ ନମ୍ବର ପ୍ଲେଟ ସହିତ ଘରକୁ ଅଣାଯାଇଥିଲା।

ତେବେ ଏହି ଖବର ଉପରେ ବଚ୍ଚନ ପରିବାରରୁ ଏପର୍ଯ୍ୟନ୍ତ କେଣସି ବିବୃତ୍ତି ଆସିନାହିଁ। ଅଭିଷେକ ପ୍ରକୃତରେ ଐଶ୍ୱର୍ଯ୍ୟାଙ୍କ ପ୍ରିୟ ନମ୍ବର ନେଇଛନ୍ତି କି ନାହିଁ? ଏ ବିଷୟରେ ମଧ୍ୟ କୌଣସି ନିର୍ଦ୍ଦିିଷ୍ଟ ପ୍ରମାଣ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

୭୭ତମ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ, ଦୁଇଦିନ ଉତ୍କଳ ମଣ୍ଡପରେ ସମାରୋହ

ଭୁବନେଶ୍ୱର,୨।୪: ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ୭୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ଉପଲକ୍ଷେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ...

କେବେବି ପିଅନ୍ତୁ ନାହିଁ ଥଣ୍ଡା ପାଣି

ଏବେ ତ ଗ୍ରୀଷ୍ମଋତୁ। ଲସି, ସର୍ବତ ବ୍ୟତୀତ ଥଣ୍ଡା ପାଣିର ଚାହିଦା କିଛି କମ ନୁହେଁ। କେତେକେ ଅତ୍ୟଧିକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଆନ୍ତି।...

Jasprit Bumrah IPL 2025: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିବ ବଡ଼ ଝଟକା! ଫିଟ ହେବା ପରେ ବି ଖେଳିବେ ନାହିଁ ବୁମରା?

ନୂଆଦିଲ୍ଲୀ,୨।୪: ଜସପ୍ରିତ ବୁମରା ଆଘାତ ଯୋଗୁଁ ପଡ଼ିଆ ବାହାରେ ଅଛନ୍ତି। ସେ ଚଳିତ ବର୍ଷ ଜାନୁଆରୀରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଭାରତର ଅଷ୍ଟ୍ରେଲିଆ ଗସ୍ତ...

ମହିଳାଙ୍କର ଏହି ଯୋଜନାର ଡେଡ୍‌ଲାଇନକୁ ବଢାଇଲେ ସରକାର?

ନୂଆଦିଲ୍ଲୀ,୨।୪: ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ସରକାରୀ ଯୋଜନା ‘ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର’କୁ 31 ମାର୍ଚ୍ଚ, 2025...

ବସ୍ କୁ ପିଟିଲା ଟ୍ରକ୍: ୧୩ ଯାତ୍ରୀ ଆହାତ, ଦୁଇ ଗୁରୁତର

ନୀଳଗିରି, ୨।୪(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବରରୁ ଉଦଳା ପୋଢାଡ଼ିହା ଯାଉଥିବା ମାମା ନାମକ ଘରେଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସାମ୍ନା କରିଛି। ନୀଳଗିରି ସେରଗଡ ଝରଣାଘାଟି...

ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷଙ୍କ ପରଲୋକ

ପଦ୍ମପୁର,୨ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପାର ବରିଷ୍ଠ ନେତା ସତ୍ୟବାନ ଅଗ୍ରଓ୍ବାଲଙ୍କ ୭୦ବର୍ଷ ବୟସରେ ପଦ୍ମପୁରସ୍ଥିତ ବାସଭବନରେ ମଙ୍ଗଳବାର...

ସାବଧାନ! ଆପଣଙ୍କ ଘର ମୂଳଦୁଆ ହୋଇପାରେ ଦୁର୍ବଳ: ରାଜ୍ୟରେ ମିଳୁଛି ନକଲି ଲୁହାଛଡ଼

ଭୁବନେଶ୍ୱର,୨।୪: ରାଜ୍ୟରେ ମିଳୁଥିବା ପ୍ରତ୍ୟେକ ମୂଲ୍ୟବାନ ସାମଗ୍ରୀଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଲୁହାଛଡ଼ ମଧ୍ୟ ନକଲି ମିଳୁଛି। ଗତ ପାଞ୍ଚ...

କିଏ ସେହି ପୁନମ ଗୁପ୍ତା, ଯିଏ ଥିଲେ ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା, ଏବେ ହେବେ RBIର ଡେପୁଟି ଗଭର୍ନର

ନୂଆଦିଲ୍ଲୀ,୨।୪: RBIର ଡେପୁଟି ଗଭର୍ନର ହେବାକୁ ଯାଉଛନ୍ତି ଜଣେ ମହିଳା। ନ୍ୟାଶନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ (NCAER)ର ମହାନିର୍ଦ୍ଦେଶକ ପୁନମ ଗୁପ୍ତା ଡେପୁଟି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image