କେବଳ ମା’ଙ୍କ ଯୋଗୁ ଭାଙ୍ଗିଯାଇଥିଲା ଅଭିଷେକ-କରିସ୍ମାଙ୍କ ବିବାହ

ବମ୍ବେ: ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ବିଗ୍‌ବିଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ। ଫିଲ୍ମରେ ତାଙ୍କ ନାୟିକା ସାଜିଥିଲେ ଅଭିନେତ୍ରୀ କରିସ୍ମା କପୁର। ଅଭିନୟ କରୁକରୁ ସତସତିକା ପ୍ରେମରେ ପଡ଼ିଥିଲେ ଅଭିଷେକ। ଏହାର ଦୁଇ ବର୍ଷ ପରେ ଅମିତାଭଙ୍କ ୬୦ତମ ଜନ୍ମଦିବସ ଉପଲକ୍ଷେ କରିସ୍ମାଙ୍କ ସହ ନିର୍ବନ୍ଧ କରିଥିବା ସେ ଘୋଷଣା କରିଥିଲେ। ଏହାକୁ ନେଇ ବେଶ୍‌ ଖୁସିଥିବା କରିସ୍ମା ମଧ୍ୟ କହିଥିଲେ। ହେଲେ କିଛି ମାସ ପରେ ଏହା ଭାଙ୍ଗି ଯାଇଥିଲା।

ନିର୍ବନ୍ଧ ଭାଙ୍ଗିବା ପରେ ବିଗ୍‌ବି ଏବଂ କରିସ୍ମାଙ୍କ ପରିବାର ପକ୍ଷରୁ ସନ୍ତୋଷଜନକ ଉତ୍ତର ମିଳି ନ ଥିଲା।ଏ ବିଷୟରେ କେହି କଥା ହୋଇ ନ ଥିଲେ। ମାତ୍ର ନିର୍ବନ୍ଧ ଭାଙ୍ଗିବା ପଛରେ କରିସ୍ମାଙ୍କ ମା’ ବବିତାଙ୍କ ହାତ ଥିବା କୁହାଯାଇଥିଲା।

ବବିତା ସ୍ବାମୀ ରଣଧୀର କପୁରଙ୍କଠାରୁ ଅଲଗା ହେବା ପରେ ଏକାକି ଦୁଇଝିଅ କରିସ୍ମା ଓ କରିନାଙ୍କ ଲାଳନପାଳନ କରିଥିଲେ। ଏଣୁ ସେ ଟଙ୍କାର ଗୁରୁତ୍ୱ ବୁଝିଥିଲେ। ତାଙ୍କ ସହ ଯାହା ହୋଇ ଥାଉନା କାହିଁକି ତାଙ୍କ ଝିଅମାନେ କଷ୍ଟରେ ନରୁହନ୍ତୁ ବୋଲି ସେ ଚାହୁଁଥିଲେ। ହେଲେ ଅଭିଷେକଙ୍କୁ ଡେଟ୍‌ କରିବା ସମୟରେ କରିସ୍ମା ଲୋକପ୍ରିୟ ଅଭିନେତ୍ରୀ ଥିଲେ। ହେଲେ ଅଭିଷେକ ନିଜର ପରିଚୟ ତିଆରି କରୁଥିଲେ। ଅପରପକ୍ଷେ ବିଗ୍‌ବିଙ୍କ ପ୍ରଯୋଜନା ସଂସ୍ଥା କ୍ଷତିରେ ଚାଲୁଥିଲା। ଆର୍ଥିକ ପରିସ୍ଥିତି ଠିକ୍‌ ନ ଥିବା କାରଣରୁ ଅମିତାଭ ନିଜ ସମ୍ପତ୍ତିର କିଛି ଅଂଶ କରିସ୍ମାଙ୍କ ନାମରେ କରନ୍ତୁ ବୋଲି ବବିତା ଚାହୁଁଥିଲେ। ହେଲେ ଏପରି କରିବାକୁ ବଚ୍ଚନ ପରିବାର ରାଜି ହୋଇ ନ ଥିଲେ। ଶେଷରେ ସେମାନଙ୍କ ସମ୍ପର୍କ ତୁଟି ଯାଇଥିଲା। ଏହାର ଚାରି ବର୍ଷ ପରେ ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ପ୍ରେମ ବିବାହ କରିଥିଲେ। ଏବେ ଉଭୟଙ୍କ ଏକ ଝିଅ ରହିଛି। ଆଜି ଅଭିଷେକଙ୍କ ଜନ୍ମଦିନ ଥିବାରୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।

Share