ଐଶ୍ୱର୍ଯ୍ୟାଙ୍କୁ ଧନ୍ୟବାଦ ଦେଲେ ଅଭିଷେକ: ଜାଣନ୍ତୁ କାହିଁକି

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ତାଙ୍କ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏକ ସାକ୍ଷାତକାରରେ ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅଭିଷେକ କହିଛନ୍ତି, ଐଶ୍ୱର୍ଯ୍ୟା ମା’ ହେବା ପରେ ନିଜ କ୍ୟାରିୟରରେ ଅନେକ କିଛି ବଳିଦାନ ଦେଇଛନ୍ତି। ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରେ ଯେ ମୋତେ ଫିଲ୍ମରେ କାମ କରିବାର ସୁଯୋଗ ମିଳୁଛି। କିନ୍ତୁ ମୁଁ ଜାଣେ ଯେ ଐଶ୍ୱର୍ଯ୍ୟା ଘରେ ରହି ଆରାଧ୍ୟାଙ୍କ ଯତ୍ନ ନେଉଥିବେ ଏବଂ ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି।

ଅଭିଷେକ ଆହୁରି ମଧ୍ୟ କହିଛନ୍ତି, ମୋର ପିଲାଦିନରେ ମୁଁ କେବେ ଅନୁଭବ କରି ନ ଥିଲି ଯେ ମୋର ମାତାପିତା ମୋ ଚାରିପାଖରେ ନାହାଁନ୍ତି। ଯେତେବେଳେ ମୁଁ ଜନ୍ମ ହେଲି, ମା’ ପିଲାମାନଙ୍କ ସହିତ ସମୟ ବିତାଇବା ପାଇଁ ଚଳଚ୍ଚିତ୍ରରେ କାମ ଛାଡିଥିଲେ। ଏହି ଅବଧି ମଧ୍ୟରେ ଆମେ ଆମ ପିତାଙ୍କ ଅନୁପସ୍ଥିତି କେବେ ଅନୁଭବ କରିନାହୁଁ।

୧୯୭୬ରେ ଅଭିଷେକ ଜନ୍ମ ହେବା ପରେ ତାଙ୍କ ମା’ ଜୟା ବଚ୍ଚନ ଅଭିନୟରୁ ନିଜକୁ ଦୂରେଇ ରଖିଥିଲେ। ତାଙ୍କ ପିତା ଅମିତାଭ ବଚ୍ଚନ ସେହି ସମୟରେ ତାଙ୍କ କ୍ୟାରିୟରର ଶିଖରରେ ଥିଲେ।

୨୦୦୭ରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ବିବାହ କରିଥିଲେ। ୨୦୧୧ରେ ଉଭୟ ଝିଅ ଆରାଧ୍ୟାଙ୍କ ପିତାମାତା ହୋଇଥିଲେ। ନିକଟରେ ଆରାଧ୍ୟା ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କର ୧୩ତମ ଜନ୍ମଦିନ ପାଳନ କରିଥିଲେ। ତାଙ୍କ ଜନ୍ମଦିନ ଉତ୍ସବର ଫଟୋରେ ଅଭିଷେକଙ୍କୁ ଦେଖିବାକୁ ମିଳି ନ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ହାତ ଧରିଲେ ଗାୟକ ଅରମାନ୍‌

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଗାୟକ ଅରମାନ୍‌ ମଲିକ। ସେ ପ୍ରେମିକା ଆଶ୍‌ନା ଶ୍ରଫ୍‌ଙ୍କ ହାତ ଧରିଛନ୍ତି। ଗୁରୁବାର ସକାଳେ ନିଜ ବିବାହର କିଛି...

ଯିଏ ବଳାତ୍କାର କରିଥିଲେ, ତାଙ୍କ ନାଁ ରଖିଦେଲେ; ପୁଅ ନାଁକୁ ନେଇ ସୈଫ ଅଲ୍ଲୀ ଖାନ୍‌ଙ୍କୁ ଟାର୍ଗେଟ କଲେ…

ମୁମ୍ବାଇ: ପୁଣି ନିଜ ବୟାନକୁ ନେଇ ଚର୍ଚ୍ଚାରେ କବି କୁମାର ବିଶ୍ୱାସ। ନିକଟରେ ସେ ସୋନାକ୍ଷୀ ସିହ୍ନା ଏବଂ ଜାହିରଙ୍କ ବିବାହକୁ ନେଇ କଟାକ୍ଷ କରିଥିଲେ।...

ଏହି ଅଭିନେତ୍ରଙ୍କୁ ବୋହୂ କରିବେ ଶାହାରୁଖ? ବଲିଉଡରେ ଆସିଛନ୍ତି ନଜର

ମୁମ୍ବାଇ: ନୂଆ ବର୍ଷ ଆରମ୍ଭ ହୋଇଛି। ବଲିଉଡରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଇଛି। ଏହି ସମୟରେ ଶାହାରୁଖ ଖାନଙ୍କ ବଡ ପୁଅ ଆର୍ଯ୍ୟନ ଖାନ...

ଜ୍ୟାକ୍‌ଲିନ୍‌ଙ୍କ ଡିନର ପାର୍ଟି

ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌ ଯାହା କହିଥିଲେ ତାହା ପୂରଣ କରିଛନ୍ତି। ‘ଫତେ’ ଫିଲ୍ମର ଶୁଟିଂ ଶେଷହେବା ସମୟରେ ସେ ୟୁନିଟ୍‌ ସଦସ୍ୟଙ୍କୁ ଏକ ଡିନର...

୩ରେ ରିଲିଜ ହେବ ଓ୍ବାଇଫ୍‌

ଓଲିଉଡ୍‌ର ଅନ୍ୟତମ ନାମୀ ପ୍ରଯୋଜକ ବିଜୟ କାନ୍ଦୋଇ ଭିନ୍ନ ଧରଣର କାହାଣୀକୁ ନେଇ ଏବେ ଏକ ନୂଆ ସିନେମା ନିର୍ମାଣ କରିଛନ୍ତି। ଏହି ଫିଲ୍ମଟିର ଟାଇଟଲ...

ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଇଲିଆନା, ନୂଆବର୍ଷରେ ପୋଷ୍ଟ କରି କଲେ ଆଶ୍ଚର୍ଯ୍ୟ

ମୁମ୍ବାଇ: ଦ୍ୱୀତିୟଥର ମା’ ହେବାକୁ ଯାଉଛନ୍ତି ବଲିଉଡ ନାୟିକା ଇଲିଆନା ଡି’କୃଜ୍। ନୂଆବର୍ଷରେ ଇଲିଆନା ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟରୁ ଏହି ଚର୍ଚ୍ଚା ହେଉଛି।...

ତୃତୀୟ ବିବାହକୁ ନେଇ ମୁହଁ ଖୋଲିଲେ ଶ୍ୱେତା ତିଓ୍ବାରୀ

ମୁମ୍ବାଇ: ଅଭିନେତା ବିଶାଲ ଆଦିତ୍ୟ ସିଂଙ୍କ ସହ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଶ୍ୱେତା ବିଶାଲଙ୍କୁ ପ୍ରେମ କରୁଛନ୍ତି ଏବଂ...

ଶେଷରେ ଅଲଗା ହେଲେ ବ୍ରାଡ ପିଟ-ଆଞ୍ଜେଲିନା ଜୋଲି

ହଲିଉଡ ତାରକା ବ୍ରାଡ ପିଟ ଏବଂ ଆଞ୍ଜେଲିନା ଜୋଲି ୮ ବର୍ଷର ଆଇନଗତ ଯୁଦ୍ଧ ପରେ ପରସ୍ପରକୁ ଛାଡପତ୍ର ଦେଇଛନ୍ତି। ହଲିଉଡ ଦମ୍ପତି ସେମାନଙ୍କ ସର୍ତ୍ତାବଳୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri