Categories: ଖେଳ

ଅଭିଷେକଙ୍କ ଶତକ, ସିଦ୍ଧାନ୍ତ,ଭଗୀଶଙ୍କୁ ୫ ଉଇକେଟ

ଭୁବନେଶ୍ୱର,୧୬ା୫: (ସ୍ପୋଟର୍‌ସ ବ୍ୟୁରୋ)-ଓଡ଼ିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଆୟୋଜିତ ଆନ୍ତଃଜିଲ୍ଳା କଳାହାଣ୍ଡି କପ୍‌ କ୍ରିକେଟରେ ସୋମବାର କଟକ ‘ଏ’, ଅବଶିଷ୍ଟ ଓଡ଼ିଶା ‘ଏ’, ଭୁବନେଶ୍ୱର ‘ଏ’ ଓ ଅବଶିଷ୍ଟ ଓଡ଼ିଶା ‘ବି’ ବିଜୟୀ ହୋଇଛନ୍ତି। ଅଭିଷେକ ଯାଦବ ଶତକ ହାସଲ କରିଥିବା ବେଳେ ସିଦ୍ଧାନ୍ତ ଜେନା ଓ ଭଗୀଷ ଶର୍ମାଙ୍କୁ ୫ ଉଇକେଟ ସଫଳତା ମିଳିଛି।
ଏମ୍‌ଜିଏମ୍‌ ଗ୍ରାଉଣ୍ଡ: କଟକର ଏମ୍‌ଜିଏମ୍‌ ଗ୍ରାଉଣ୍ଡରେ ଇକୋର୍ସାକୁ ୧୪ ରନ୍‌ରେ ପରାସ୍ତ କରିଛି କଟକ ‘ଏ’। ପ୍ରଥମେ ବ୍ୟାଟିଂ କରିଥିବା କଟକ ୫୦ ଓଭରରେ ୬ ଉଇକେଟରେ ୨୩୦ ରନ୍‌ କରିଥିଲା। ପ୍ରଦୀପ୍ତ ଦାଶ ୭୫ ରନ୍‌ କରିଥିଲେ। ଜବାବରେ ଅଭିଷେକଙ୍କ ୧୨୨ ରନ୍‌ ସତ୍ତ୍ୱେ ଇକୋର୍ସା ୪୨ ଓଭରରେ ୨୧୬ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା।
ଡ୍ରିମ୍ସ: ଏଠାରେ ଅନୁଷ୍ଠିତ ମ୍ୟାଚରେ ସମ୍ବଲପୁରକୁ ୩୨ ରନରେ ହରାଇଛି ଅବଶିଷ୍ଟ ଓଡ଼ିଶା ଏ। ପ୍ରଥମେ ବ୍ୟାଟିଂ କରି ଅବଶିଷ୍ଟ ଓଡ଼ିଶା ୮ ଉଇକେଟରେ ୨୪୮ ରନ୍‌ କରିଥିଲା। ଜବାବରେ ସମ୍ବଲପୁର ୪୪.୫ ଓଭରରେ ୨୧୬ ରନରେ ଅଲଆଉଟ ହୋଇଥିଲା।
ରେଭେନ୍ସା ଗ୍ରାଉଣ୍ଡ-୧: ଏଠାରେ ଝାରସୁଗୁଡାକୁ ୭ ଉଇକେଟରେ ପରାସ୍ତ କରିଛି ଭୁବନେଶ୍ୱର ‘ଏ’। ପ୍ରଥମେ ବ୍ୟାଟିଂ କରିଥିବା ଝାରସୁଗୁଡା ୩୩.୪ ଓଭରରେ ୧୪୬ ରନ୍‌ରେ ଅଲଆଉଟ ହୋଇଥିଲା। ସିଦ୍ଧାନ୍ତ ଜେନା ୫ ଉଇକେଟ ଅକ୍ତିଆର କରିଥିଲେ। ଭୁବନେଶ୍ୱର ୩ ଉଇକେଟରେ ୧୫୦ ରନ୍‌ କରି ବିଜୟୀ ହୋଇଥିଲା।
ସନ୍‌ସାଇନ୍‌ ଗ୍ରାଉଣ୍ଡ: ଏଠାରେ ଅବଶିଷ୍ଟ ଓଡ଼ିଶା ‘ବି’ ୮ ଉଇକେଟରେ ଢେଙ୍କାନାଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଢେଙ୍କାନାଳ ୪୫.୩ ଓଭରରେ ୨୪୩ ରନ୍‌ରେ ଅଲଆଉଟ ହୋଇଥିଲା। ଲକ୍ଷ୍ମୀଧର ସାହୁ ୯୪ ଓ ଅନୀଲ ରାଉତ ୫୦ ରନ୍‌ କରିଥିଲେ। ଭଗୀଶ ଶର୍ମା ୩୨ ରନ୍‌ରେ ୫ ଉଇକେଟ ନେଇଥିଲେ। ଜବାବରେ ୩୬ ଓଭରରେ ୨ ଉଇକେଟ ହରାଇ ଅବଶିଷ୍ଟ ଓଡ଼ିଶା ବିଜୟୀ ହୋଇଥିଲା। ନିର୍ବିଶଙ୍କର ୯୮ ରନ୍‌ ସ୍କୋର କରିଥିଲେ।

Share