Categories: ବାଣିଜ୍ୟ

ଫୋରମ୍‌ ମାର୍ଟରେ ଆଭୂଷଣ ଫ୍ୟାଶନ ଜୁଏଲର୍ସ

ଭୁବନେଶ୍ୱର,୨୯।୧: ଦେଶର ଅଗ୍ରଣୀ ଫ୍ୟାଶନ ଜୁଏଲେରି ବ୍ରାଣ୍ଡ୍‌ ‘ଆଭୂଷଣ ଫ୍ୟାଶନ ଜୁଏଲର୍ସ’ର ଏକ୍ସକ୍ଲୁସିଭ ଆଉଟଲେଟ ଭୁବନେଶ୍ୱରର ସତ୍ୟନଗରସ୍ଥିତ ଫୋରମ୍‌ ମାର୍ଟଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଲିଉଡ ଅଭିନେତ୍ରୀ ଦିବ୍ୟାଦିଶା ମହାନ୍ତି, ଶିବାନୀ ସଙ୍ଗୀତା ଏବଂ ଅଭିନେତା ସୁଜିତ ପାଇକରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଓଲିଉଡ ଅଭିନେତ୍ରୀ ପୁନମ ମିଶ୍ର, ଅନନ୍ୟା ମିଶ୍ର, ଅଭିନେତା ପାର୍ଥସାରଥୀ, ପ୍ରଯୋଜକ ପ୍ରୀତମ ସାହୁ, ପ୍ରଯୋଜକ ଶ୍ରୀଧର ମାର୍ଥା ଏବଂ ଆଭୂଷଣ ଫ୍ୟାଶନ୍‌ ଜୁଏଲର୍ସର ମ୍ୟାନେଜିଙ୍ଗ ପାର୍ଟନର ରାଜେଶ୍‌ ପଟ୍ଟନାୟକ ଓ ବିଶ୍ୱଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ସେହିଭଳି ଏଠାରେ ସବୁ ବର୍ଗ ଓ ବୟସର ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ତଥା ଡିଜାଇନ ଅଳଙ୍କାର ଉପଲବ୍ଧ ରହିଥିବାବେଳେ ଗ୍ରାହକଙ୍କ ଚାହିଦା ଅନୁଯାୟୀ ସମସ୍ତ ଅଳଙ୍କାର ସୁଲଭ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ ଗ୍ରାହକଙ୍କୁ ଯୋଗାଇ ଦିଆଯିବ ବୋଲି ଆଭୂଷଣ ଫ୍ୟାଶନ୍‌ ଜୁଏଲର୍ସ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଅପରପକ୍ଷରେ ୱାନ୍‌ ଗ୍ରାମ୍‌ ଗୋଲ୍ଡ (ସୁନା) କ୍ରୟ ଉପରେ ୬ ମାସର ଗ୍ୟାରେଣ୍ଟି ଦିଆଯାଉଥିଲାବେଳେ ଉକ୍ତ ସୁନା ସମ୍ପର୍କରେ ଯଦି କୌଣସି ପ୍ରକାରର ଅଭିଯୋଗ ଆସେ ତା’ ହେଲେ ତୁରନ୍ତ ସେହି ଗୋଲ୍ଡକୁ ବଦଳାଇ ନୂଆ ବା ସମାନ ମୂଲ୍ୟର ଅନ୍ୟ ସାମଗ୍ରୀ ନେଇପାରିବେ ବୋଲି ଆଭୂଷଣ ପକ୍ଷରୁ କୁହାଯାଇଛି।

Share