ଅବକାରୀ ଚଢ଼ାଉ, ବନ୍ଧା ହେଲେ ୪ ଯୁବକ

ବ୍ରହ୍ମପୁର ଅଫିସ,୨୩।୯: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍‌ ଭଞ୍ଜନଗରରେ ଚଢ଼ାଉ କରି ୪୧କେଜି ଗଞ୍ଜେଇ ଜବତ କରିଛି। ଏସଂକ୍ରାନ୍ତରେ ୪ଟି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ଟିମ୍‌ ଭଞ୍ଜନଗର ଫରେଷ୍ଟ ଗେଟ୍‌ ନିକଟରେ ଛପି ରହିଥିଲା। ଏହାପରେ ସେମାନଙ୍କ ଉପରେ ଚଢ଼ାଉ କରିଥିଲା। ଯାଞ୍ଚ ବେଳେ ୪ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ତାଙ୍କଠାରୁ ୪୧କେଜି ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ସଚିନ କହଁର, ନରେଶ କୁମାର, ସନ୍ତୋଷ ସର୍ଦ୍ଦାର, ଗଣେଶ ଡାକୁଆଙ୍କୁ ଗିରଫ କରାଯାଇଥିବା ନେଇ ଅବକାରୀ ବିଭାଗ ଡେପୁଟି କମିଶନର ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି।

Share