Categories: ଜାତୀୟ

ଅନୁଚ୍ଛେଦ ୩୭୦ ରଦ୍ଦ ସମ୍ପୂର୍ଣ୍ଣ ଠିକ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୧।୧୨: ଅନୁଚ୍ଛେଦ ୩୭୦ ରଦ୍ଦ କରିବାକୁ କେନ୍ଦ୍ରର ନିଷ୍ପତ୍ତିର ସାମ୍ବିଧାନିକ ବୈଧତା ଉପରେ ସୋମବାର ସୁପ୍ରିମକୋର୍ଟ ଏହାର ରାୟ ପ୍ରଦାନ କରି କହିଛନ୍ତି ଏହା ସମ୍ପୂର୍ଣ୍ଣ ଠିକ ନିଷ୍ପତ୍ତିି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଡିତ ପାଞ୍ଚଜଣିଆ ବିଚାରପତିଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଆରମ୍ଭ କରି ଏଭଳି କହିଛନ୍ତି। ଏହ ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୟ କିଶାନ କୌଲ, ସଞ୍ଜୀବ ଖାନ୍ନା, ବିଆର ଗାଭାଇ ଏବଂ ସୂର୍ଯ୍ୟ କାନ୍ତ ସାମିଲ ଥିଲେ। ସୂଚନାଯୋଗ୍ୟ ସେପ୍ଟେମ୍ବର ମାସରେ ଲଗାତାର ୧୬ ଦିନ ଧରି ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଏହି ରାୟ ସଂରକ୍ଷିତ ରଖିଥିଲେ।

ପ୍ରଧାନ ବିଚାରପତି କହିଛନ୍ତି ଦେଶ ପାଇଁ ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ। ପାଞ୍ଚଜଣ ବିଚାରପତିଙ୍କ ତିନୋଟି ଭିନ୍ନ ନିଷ୍ପତ୍ତି ଅଛି। ସେ କହିଛନ୍ତି ରାଷ୍ଟ୍ରପତିଙ୍କ ଶାସନ କାଳରେ ରାଜ୍ୟରେ ଅପୂରଣୀୟ ପରିଣାମ ଥିବା କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି ଆବେଦନକାରୀଙ୍କ ଅଭିଯୋଗ ଗ୍ରହଣୀୟ ନୁହେଁ।

ସୁପ୍ରିମକୋର୍ଟ କହିଛନ୍ତି ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା। ଜମ୍ମୁ-କଶ୍ମୀର ବିଧାନସଭା ବିଲୋପ ପରେ ମଧ୍ୟ ଧାରା ୩୭୦ ରଦ୍ଦ ପାଇଁ ବିଜ୍ଞପ୍ତି ଜାରି କରିବାକୁ ରାଷ୍ଟ୍ରପତିଙ୍କ କ୍ଷମତା ରହିଛି।

ଜମ୍ମୁ-କଶ୍ମୀର ଉପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅପରିବର୍ତ୍ତିତ ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ୫ ଅଗଷ୍ଟ ୨୦୧୯ର ନିଷ୍ପତ୍ତି ଅକ୍ଷୁର୍ଣ୍ଣ ରହିବ। ଏଥିରେ ପରିବର୍ତ୍ତନ ହେବ ନାହିଁ ।

 

 

Share