Categories: ଜାତୀୟ

ରଦ୍ଦ ଧାରା ୬୬ଏରେ ମୋକଦ୍ଦମା ରୁଜୁ କରାଯାଇ ପାରିବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୧୦: ସୂଚନା ପ୍ରଯୁକ୍ତି (ଆଇଟି) ଆଇନ, ୨୦୦୦ର ଧାରା ୬୬ଏକୁ ୨୦୧୫ରୁ ରଦ୍ଦ କରାଯାଇଛି। ତେଣୁ ଏହି ଧାରାରେ କାହା ବିରୋଧରେ ମୋକଦ୍ଦମା ଚଲାଯାଇପାରିବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଧାରା ଅନୁଯାୟୀ ଜଣେ ବ୍ୟକ୍ତି ଆପରାଧିକ ବିଷୟବସ୍ତୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ତାଙ୍କୁ ୩ ବର୍ଷ ଜେଲଦଣ୍ଡ ସମେତ ଜରିମାନା ଦଣ୍ଡ ବିଧାନର ବ୍ୟବସ୍ଥା ରହିଥିଲା।

ଚିନ୍ତା କରିବା ଓ ଅଭିବ୍ୟକ୍ତି ଉପସ୍ଥାପନ କରିବା ସ୍ବାଧୀନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ସର୍ବୋଚ୍ଚ ଅଦାଲତ ୨୦୧୫ ମାର୍ଚ୍ଚ ୨୪ରେ ଉକ୍ତ ବ୍ୟବସ୍ଥାକୁ ଉଠାଇ ଦେଇଥିଲେ। ଜନସାଧାରଣଙ୍କ ଜାଣିବାର ଅଧିକାରକୁ ଆଇଟି ଆଇନର ଧାରା ୬୬ଏ ସିଧାସଳଖ ପ୍ରଭାବିତ କରୁଥିବା ଖଣ୍ଡପୀଠ ଦର୍ଶାଇଛନ୍ତି।

Share