Categories: ଜାତୀୟ

ଲୋକ ସଭା ସଦସ୍ୟତା ରଦ୍ଦ ବିପୁଳ ସୁଯୋଗ ଦେଇଛି: ରାହୁଲ

ଷ୍ଟାନ୍‌ଫୋର୍ଡ, ୨ା୬: ରାଜନୀତିରେ ଯେତେବେଳେ ଯୋଗଦେଲି, ଲୋକ ସଭାରୁ ଅଯୋଗ୍ୟ ଘୋଷଣା କରାଯିବା ସମ୍ଭବ, ଏହା କେବେ କଳ୍ପନା କରି ନ ଥିଲି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ତେବେ ତାଙ୍କ ଲୋକ ସଭା ସଭ୍ୟ ପଦ ଯିବା ଦ୍ୱାରା ସେ ଲୋକମାନଙ୍କ ସେବା କରିବା ଲାଗି ବିପୁଳ ସୁଯୋଗ ପାଇଛି। ବୁଧବାର ରାତିରେ କାଲିଫର୍ନିଆର ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି କ୍ୟାମ୍ପସ୍‌ରେ ଭାରତୀୟ ଛାତ୍ରୀଛାତ୍ରଙ୍କ ପ୍ରଶ୍ନର ଉତ୍ତରରେ ରାହୁଲ ଏହା କହିଛନ୍ତି। ମୋଦି ସାଙ୍ଗିଆ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କୁ ସୁରଟର ଏକ କୋର୍ଟ ଦୋଷୀସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡାଦେଶ ଦେବାରୁ ଲୋକ ସଭା ସଦସ୍ୟତା ରଦ୍ଦ ହୋଇଥିଲା। ରାହୁଲ ୨୦୦୦ ମସିହାରେ ରାଜନୀତିରେ ଯୋଗଦେଇଥିଲେ। ତେବେ ଆଜି ତାଙ୍କ ପ୍ରତି ଯାହା ଘଟିଛି, ଏଭଳି ଦିନେ ହେବ ବୋଲି ସେ କଳ୍ପନା କରି ନ ଥିଲେ। ତାଙ୍କ ସଭ୍ୟ ପଦ ରଦ୍ଦ କରିବା ଲାଗି ୬ ମାସ ପୂର୍ବରୁ ଡ୍ରାମା ଆରମ୍ଭ ହୋଇଥିଲା। ଭାରତରେ ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତ ବିରୋଧୀ ଦଳ ସଂଘର୍ଷ କରୁଛନ୍ତି। ଏହି ସମୟରେ ସେ ଭାରତ ଯୋଡ଼ୋ ଯାତ୍ରା ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି।

Share