ବାଉଁଶୁଣୀ ଛକରେ ଜବରଦଖଲ ଉଚ୍ଛେଦ: ବିରୋଧ କରି ବିଷ ପିଇଦେଲେ ମହିଳା

ବାଉଁଶୁଣୀ, ୧୭।୩(ଡି.ଏନ.ଏ): ବୌଦ୍ଧ ଜିଲା ବାଉଁଶୁଣୀରେ ଶୁକ୍ରବାର ପୁଣି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ହେଲେ ଜବରଦଖଲ ଉଚ୍ଛେଦବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜବରଦଖଲରେ ଥିବା ଏକ ଘରକୁ ଭାଙ୍ଗିବାକୁ ଯିବା ସମୟରେ ଜାନକୀ ତ୍ରିପାଠୀ ନାମ୍ନୀ ଜଣେ ମହିଳା ନିଜ ଘର ଛାତ ଉପରକୁ ଯାଇ ହାତରେ ବିଷ ଧରି ଆତ୍ମହତ୍ୟା କରିବାକୁ ଧମକ ଦେଉଥିଲେ। ପୋଲିସ ବାରମ୍ବାର ତଳକୁ ଓହ୍ଲାଇବାକୁ ଅନୁରୋଧ କରିଥିଲେ ମଧ୍ୟ ସେ ମାନି ନ ଥିଲେ। ମହିଳା ପୋଲିସ କର୍ମଚାରୀମାନେ ଯାଇ ମହିଳାଙ୍କୁ ଉଦ୍ଧାର କଲାବେଳକୁ ସେ ବିଷ ଖାଇଦେଇଥିଲେ। ସଙ୍ଗେସଙ୍ଗେ ବାଉଁଶୁଣୀ ଥାନା ଗାଡ଼ିରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।
ବାଉଁଶୁଣୀର ପ୍ରଶାନ୍ତ ତ୍ରିପାଠୀଙ୍କ ଘର ଭଙ୍ଗା କାର୍ଯ୍ୟକୁ ପୂର୍ବରୁ ପ୍ରତିବାଦ କରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କେଶ କରିଥିଲେ ଓ ପରେ ଜିଲାପାଳ ଏହାକୁ ରଦ୍ଦ କରିଥିଲେ। ସେମାନେ ଆର୍‌ଡିସିରେ ମଧ୍ୟ କେଶ ଫାଇଲ କରିଥିଲେ। ଆସନ୍ତା ୨୨ରେ ସେମାନଙ୍କ ଶୁଣାଣି ଥିଲା। ପ୍ରଶାସନକୁ ସେମାନେ ପରିବାର ତରଫରୁ ଆସି ଗୁହାରି କରିଥିଲେ ଯେ, ଜାଗା ମାପ କରାଯାଇ ଚିହ୍ନଟ କରାଗଲେ ଯଦି ସରକାରୀ ଜାଗା ପ୍ରମାଣ ହେବ ଆମେ ନିଜେ ଭାଙ୍ଗିଦେବୁ। ମାତ୍ର ପ୍ରଶାସନ ବଳପୂର୍ବକ ତାଙ୍କ ଘର ଭାଙ୍ଗିଦେବାବେଳେ ସହ୍ୟ ନ କରିପାରି ପ୍ରଶାନ୍ତଙ୍କ ସ୍ତ୍ରୀ ଜାନକୀ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।
ପ୍ରକାଶ ଯେ, ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁ ଗତ ଅକ୍ଟୋବର ୧୭ରେ ବାଉଁଶୁଣୀରେ ଗୋଟିଏ ସପ୍ତାହ ମଧ୍ୟରେ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ଦେଇଥିବା ସମୟ ମଧ୍ୟରେ ଛୋଟ ଦୋକାନ, ଚା ଆଉ ଫଳ ଦୋକାନ କରି ପରିବାର ଚଳାଉଥିବା ଦୋକାନୀ ଜାଗା ଛାଡିଥିଲେ। କିନ୍ତୁ ବଡ଼ବଡ଼ିଆ ଜାଗା ଛାଡ଼ି ନ ଥିଲେ। ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସମୟ ଅବଧିର ୪ ମାସରୁ ଊଦ୍ଧର୍‌ବ ବିତିଯାଇଥିଲେ ମଧ୍ୟ ପ୍ରଶାସନର ନିର୍ଦ୍ଦେଶକୁ ଫୁ କଲା ଭଳି ଜାଗା ଛାଡ଼ୁନାହାନ୍ତି ବଡ଼ବଡ଼ିଆ ଲୋକେ। ଗତ ଅକ୍ଟୋବର ୨୦ରେ ଅତିରିକ୍ତ ତହସିଲଦାର ମନୋରଞ୍ଜନ ସୁନାଙ୍କ ସହ ବାଉଁଶୁଣୀ ରାଜସ୍ବ ନିରୀକ୍ଷକ ସୁଜିତ କୁମାର ସାହୁ, ଗୁନ୍ଦୁଲିଆ ରାଜସ୍ବ ନିରୀକ୍ଷକ ହାମିଦ ମଲ୍ଲିକ ବାଉଁଶୁଣୀ ପୋଲିସ ଉପସ୍ଥିତିରେ ମାପ କରି ସରକାରୀ ସ୍ଥାନକୁ ଚିହ୍ନଟ କରିଥିଲେ। ସେତେବେଳେ କାନ୍ଥରେ ଦିଆଯାଇଥିବା ନାଲିଗାରକୁ କିଛି ବଡ଼ବଡ଼ିଆ ଲୋକ ସିମେଣ୍ଟ ଘସି ଲିଭେଇ ଦେଇଥିଲେ। ମାର୍ଚ୍ଚ ୧୨ରେ ଜବରଦଖଲ ଉଚ୍ଛେଦକୁ ନେଇ ଧରିତ୍ରୀ ଖବରକାଗଜରେ ଖବର ପ୍ରକାଶିତ ହୋଇଥିଲା। ଏହା ପରେ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। ମାଜିଷ୍ଟ୍ରେଟ ପାୱାରରେ ମନୋରଞ୍ଜନ ସୁନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ତହସିଲଦାର ମହମ୍ମଦରଜା ରସୁଲ ଖାଁ, ବାଉଁଶୁଣୀ ରାଜସ୍ବ ନିରୀକ୍ଷକ ସୁଜିତ ସାହୁ, ଗୁନ୍ଦୁଲିଆ ରାଜସ୍ବ ନିରୀକ୍ଷକ ହମିତ ମଲିକ, ବାଉଁଶୁଣୀ ଥାନା ଅଧିକାରୀ ଅରୁଣ କୁମାର ସିଂହ, ବାଉଁଶୁଣୀ ଓ ମନମୁଣ୍ଡା ପୋଲିସ ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତ ସମ୍ମୁଖରେ ଥିବା ଜବରଦଖଲ ଘରଗୁଡିକୁ ବୁଲଡୋଜର ସାହାଯ୍ୟରେ ଭଙ୍ଗା ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ କଠୋର କାର୍ଯ୍ୟାନୁଷ୍ଠାନ ନେଲା ଭାରତ, ଏବେ ପାକିସ୍ତାନ ସରକାରଙ୍କ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆକ୍ରମଣ ପରେ ଭାରତ ସରକାର ଆଉ ଏକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏବେ ପାକିସ୍ତାନ ସରକାରଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମର X...

ରାସ୍ତା ପ୍ରଶସ୍ତିକରଣ ପାଇଁ ପାଟଣା ବଜାରରୁ ଉଚ୍ଛେଦ ହେବ ଜବରଦଖଲ

ପାଟଣା,୨୪/।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ଥିକରଣ ସକାଶେ ଜବରଦଖଲ ଉଚ୍ଛେଦ ପାଇଁ ଘୋଷଣା କରିଛି।...

Pahalgam Terror Attack: ଭିଡିଓ ଜାରି କରି ଥରିଲେ ପହଲଗାମ ଆଟାକ୍‌ର ମାଷ୍ଟରମାଇଣ୍ଡ, ମୋଦିଙ୍କୁ କହିଦେଲେ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଅନେକ କଠୋର ପଦକ୍ଷେପ ନେଇଛି। ଏହାର ପ୍ରଭାବ ଏବେ ଦୃଶ୍ୟମାନ ହେବାରେ ଲାଗିଛି। ଜମ୍ମୁ-କଶ୍ମୀରର...

Jammu And Kashmir Encounter: ବଡ଼ ଆଟାକ୍‌ ପରେ ମୁହାଁମୁହିଁ ହୋଇଗଲେ ସେନା-ଆତଙ୍କବାଦୀ, ଗୁଳିରେ କମ୍ପିଲା…

ନୂଆଦିଲ୍ଲୀ,୨୪।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ, ସେନା ଏବଂ ପୋଲିସ ଦ୍ୱାରା ନିରନ୍ତର ସର୍ଚ୍ଚ ଅପରେଶନ ଜାରି ରହିଛି। ସେନାର ଅନେକ...

ବିଦ୍ୟୁତ ସଂଯୋଗକୁ ନେଇ ଏଲ ଆଣ୍ଡ ଟି କମ୍ପାନୀକୁ ବିରୋଧ କଲେ ଗ୍ରାମବାସୀ

ପରଜଙ୍ଗ,୨୪।୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ତୋର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପୁର ଗାଁରେ ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ କରୁଥିବା ଏଲ ଆଣ୍ଡ ଟି...

ଆତଙ୍କବାଦୀଙ୍କ ନିସ୍ତାର ନାହିଁ; ସାମିଲ ଥିଲେ ୩ ପାକିସ୍ତାନୀ ଏବଂ ୨ କଶ୍ମୀରୀ

ପହଲଗାମ୍‌,୨୪।୪: ଜମ୍ମୁ କଶ୍ମୀର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ୫ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ତେବେ ଏହି ଆକ୍ରମଣରେ ୩ ଜଣ ପାକିସ୍ତାନୀ ନାଗରିକ ଏବଂ...

ଦାରିଙ୍ଗବାଡି ଆଇଆଇସିଙ୍କ ଡିଏସପି ପାହ୍ୟାକୁ ପଦନ୍ନୋତି , ଜିଲାରେ ୬ ଜଣ ଅଧିକାରୀଙ୍କ ପଦନ୍ନୋତି

ଦାରିଙ୍ଗବାଡି, ୨୪ ।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଇଆଇସିମାନଙ୍କୁ ଓପିଏସ ଗ୍ରୁପ-ଏ (ଜୁନିଅର ଶାଖା)ର ଗ୍ରେଡକୁ ପଦୋନ୍ନତି କରାଯାଇଛି। ଏହି...

କଶ୍ମୀର ଟୁର୍‌ ବାତିଲ କରୁଛନ୍ତି ୯୦% ପର୍ଯ୍ୟଟକ

ନୂଆଦିଲ୍ଲୀ, ୨୪।୪: ଜମ୍ମୁ-କଶ୍ମୀରର ପହଲ୍‌ଗାମ ଆତଙ୍କବାଦୀ ଆକ୍ରମଣର ପ୍ରଭାବ ପର୍ଯ୍ୟଟନ କ୍ଷେତ୍ର ଉପରେ ପଡ଼ିଛି। ଲୋକମାନେ ବଡ଼ସଂଖ୍ୟାରେ ଜମ୍ମୁ-କଶ୍ମୀର ଭ୍ରମଣ ପାଇଁ କରିଥିବା ଅଗ୍ରିମ ବୁକିଂକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image