ଥାନା ଭିତରେ ନାବାଳିକାଙ୍କୁ ବଳାତ୍କାର ପରେ ଗର୍ଭପାତ ଘଟଣା: ଥାନା ଅଧିକାରୀ ନିଲମ୍ବିତ

ସୁନ୍ଦରଗଡ଼, ୨୬।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ରଖି ଜଣେ ନାବାଳିକାଙ୍କୁ କ୍ରମାଗତ ବଳାତ୍କାର କରିବା ଏବଂ ସମ୍ପୃକ୍ତ ନାବାଳିକାଙ୍କ ଗର୍ଭପାତ କରାଇବା ଘଟଣାରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ତାଙ୍କୁ ନିଲମ୍ବିତ କରିଛନ୍ତି।
ପ୍ରକାଶ ଯେ, ଗତ ମାର୍ଚ୍ଚ ୨୫ରେ ମେଳା ଦେଖିବାକୁ ସମ୍ପୃକ୍ତ ନାବାଳିକା ବୀରମିତ୍ରପୁର ଯାଇଥିଲେ। ହେଲେ କରୋନା କଟକଣା ପାଇଁ ମେଳା ବନ୍ଦ ହୋଇଯାଇଥିଲା। ନାବାଳିକା ଜଣଙ୍କ କୌଣସସି କାରଣରୁ ଆଉ ଗାଁକୁ ଫେରି ପାରି ନ ଥିଲେ। ପାଟ୍ରୋଲିଂରେ ଥିବା ପୋଲିସ ଥାନାକୁ ଆଣି ଅଟକ ରଖିଥିଲେ। ପରେ ଥାନାବାକୁ ଝିଅଟିକୁ ଉପରେ ମହଲାରେ ନେଇ ରଖିଥିଲେ। ସେଦିନ ଥାନା ଅଧିକାରୀ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ପରଦିନ ଝିଯକୁ ତାଙ୍କ ଘରକୁ ନେଇ ଛାଡିଦିଆଯାଇଥିଲା। ଏହାପରେ ୩ ମାସ କାଳ ନିୟମିତ ସମ୍ପୃକ୍ତ ନାବାଳିକାଙ୍କୁ ଥାନାକୁ ଡକା ଯାଉଥିଲା। ତାଙ୍କୁ ଥାନାର ଉପର ମହଲାରେ ରହିବାକୁ ଦିଆଯାଉଥିଲା। ଥାନା ବାକୁ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିବା ଅଭିଯୋଗ ହୋଇଥିଲା। ଗତ ୧୬ ତାରିଖରେ ଝିଅଟି ନିଜର ଶାରୀରିକ ଅସୁସ୍ଥତା ନେଇ ବୀରମିତ୍ରପୁର ଡାକ୍ତରଖାନାକୁ ଯାଇଥିଲେ। ଏକଥା ଜଣାପଡ଼ିବା ପରେ ତରବରିଆଭାବେ ଥାନା ବାବୁ ଭୟଭୀତ ହୋଇ ତରବରିଆଭାବେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଗର୍ଭପାତ କରାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଥିଲା।

Share