Categories: ଜାତୀୟ

ତିନି ବର୍ଷରେ ୭୫ପ୍ରତିଶତ ଅଭିଯୋଗ ସମାଧାନ କରିପାରିନି ଜାତୀୟ ମହିଳା କମିଶନ

ନୂଆଦିଲ୍ଲୀ,୧୧।୮: ତିନି ବର୍ଷ ଧରି ଦାଖଲ ହୋଇଥିବା ରିପୋର୍ଟରୁ ୭୫ପ୍ରତିଶତ ଅଭିଯୋଗ ସମାଧାନ କରିପାରିନି ଜାତୀୟ ମହିଳା କମିଶନ। ଏନେଇ ରିପୋର୍ଟ ପ୍ରକାଶ କରିଛି ସଂସଦୀୟ କମିଟି। ୨୦୧୯ ରୁ ୨୦୨୨ ମଧ୍ୟରେ ଜାତୀୟ ମହିଳା କମିଶନ (ଏନସିଡବ୍ଲୁ)ର ଅଣ-ରେସିଡେଣ୍ଟ ଇଣ୍ଡିଆନ ସେଲ (ଏନଆରଆଇ ସେଲ) ଦ୍ୱାରା ଗ୍ରହଣ କରାଯାଇଥିବା ଅଭିଯୋଗର ପ୍ରାୟ ୭୫ ପ୍ରତିଶତ ସମାଧାନ ହୋଇପାରି ନାହିଁ।

ମହିଳା ସଶକ୍ତିକରଣ ଉପରେ ଲୋକସଭାରେ ରିପୋର୍ଟ ଦାଖଲ କରାଯାଇଥିଲା। ଯେଉଁଠାରେ ଏନସିଡବ୍ଲୁ ଓ ରାଜ୍ୟ ମହିଳା କମିଶନର ଏପର୍ଯ୍ୟନ୍ତ ସମାଧାନ କରିଥିବା ଅଭିଯୋଗର ବିବରଣୀ ପ୍ରଦାନ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଏନସିଡବ୍ଲୁଏର ଏନଆରଆଇ ସେଲ ୨୦୧୯ରୁ ୨୦୨୨ଯାଏଁ ମହିଳାଙ୍କ ଠାରୁ ମୋଟ ୨୦୫୬ଟି ଅଭିଯୋଗ ଗ୍ରହଣ କରିଛି । ସେଥିମଧ୍ୟରୁ ୧୫୫୪ଟି ଅଭିଯୋଗ ସମାଧାନ ହୋଇପାରି ନାହିଁ।

Share