Categories: ଫୁରସତ

ବର୍ଷକୁ ପ୍ରାୟ ୭୬ ହାତୀଙ୍କ ମୃତ୍ୟୁ

୧୯୭୯ରେ ରାଜ୍ୟରେ ମୋଟ ୨୦୪୪ ହାତୀ ଥିଲେ। ୨୦୧୭ ଗଣନା ଅନୁଯାୟୀ ଏହି ସଂଖ୍ୟା ୧୯୭୬କୁ ଖସି ଆସିଥିଲା। ୧୯୯୦ରୁ ୨୦୦୦ ପର୍ଯ୍ୟନ୍ତ ବର୍ଷକୁ ହାରାହାରି ୩୩ ହାତୀ ମରୁଥିବାବେଳେ ୨୦୦୧ରୁ ୨୦୧୦ ମଧ୍ୟରେ ଏହା ୪୬କୁ ବୃଦ୍ଧି ପାଇଥିଲା। ୨୦୧୦ ପରଠାରୁ ବାର୍ଷିକ ମୃତ୍ୟୁ ହାର ୭୬ ରହିଛି। ମିଳିଥିବା ସୂଚନାନୁସାରେ, ୨୦୧୦ ଏପ୍ରିଲରୁ ୨୦୨୧ ଅଗଷ୍ଟ ମଧ୍ୟରେ ମୋଟ ୮୬୨ ହାତୀଙ୍କ ମୃତ୍ୟୁ ଘଟିଛି। ପ୍ରାକୃତିକ ମୃତ୍ୟୁ ୩୮୯ ଥିବାବେଳେ ୧୭୮ ହାତୀଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ସେହିପରି ଶିକାର ପାଇଁ ୮୬, ବିଷଜନିତ ୩୭, ବିଦ୍ୟୁତ୍‌ ତାରରେ ୧୩୫, ଟ୍ରେନ୍‌ ଦୁର୍ଘଟଣାରେ ୩୧, ରାସ୍ତାରେ ୬ ହାତୀଙ୍କ ମୃତ୍ୟୁ ହୋଇଛି। ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି, ପର୍ଯ୍ୟାପ୍ତ ପାଟ୍ରୋଲିଂ ସହ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ତଦାରଖ କାର୍ଯ୍ୟ ଠିକ୍‌ରେ ନ ହେବା ଯୋଗୁ ହାତୀ ଶିକାର ପାଇଁ ସୁଯୋଗ ମିଳୁଛି।

Share