ଜେସିବି କମ୍ପାନୀର ମେଶିନ ଆପଣ ନିଶ୍ଚିତ ଦେଖିଥିବେ। ଏହା କନ୍ଷ୍ଟ୍ରକ୍ସନ ବା ନିର୍ମାଣ କାର୍ଯ୍ୟରେ ଲାଗେ। ଏହି କମ୍ପାନୀ ମେଶିନର ଏକ ବିଶେଷତ୍ତ୍ୱ ହେଲା ଏହାର ରଙ୍ଗ କେବଳ ହଳଦିଆ। ଆପଣଙ୍କ ମନରେ କେବେ ପ୍ରଶ୍ନ ଉଠିଛି କି, ଏତେ ସବୁ ରଙ୍ଗ ଥାଇ ଜେସିବି ମେଶିନର ରଙ୍ଗ କାହିଁକି ହଳଦିଆ ହୋଇଥାଏ। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…
ଜେସିବି ଏମିତି ଏକ କମ୍ପାନୀ ଯିଏକି ବିନା ନାମକରଣରେ ୧୯୪୫ ମସିହାରେ ଲଞ୍ଚ ହୋଇଥିଲା। ପରେ ଏହାର ନାମ ଜେସିବି ରଖାଯାଇଥିଲା। ଏହା ବ୍ରିଟେନର ଏକ କମ୍ପାନୀ। ଏହାର ମୁଖ୍ୟାଳୟ ଇଂଲଣ୍ଡର ଷ୍ଟେର୍ଫ୍ଡଶାୟାରରେ ରହିଛି। ଭଲ ନାଁ ନ ମିଳିବାରୁ ଏହି ମେଶିନର ଆବିଷ୍କାରକ ‘ଜୋସେଫ୍ ସାୟରିଲ ବମ୍ଫୋର୍ଡ’ଙ୍କ ନାମରେ ରଖାଯାଇଥିଲା। ଏହା ବ୍ରିଟିଶର ପ୍ରଥମ କମ୍ପାନୀ ଥିଲା। ଯାହା ଭାରତରେ ନିଜର ଫ୍ୟାକ୍ଟ୍ରି ଖୋଲିଥିଲା। ଆଜିର ସମୟରେ ସମଗ୍ର ଦୁନିଆର ସବୁଠୁ ଅଧିକ କାମ ଜେସିବି ସାହାଯ୍ୟରେ ଭାରତରେ ହିଁ କରାଯାଉଛି।
୧୯୪୮ରେ ଜେସିବି କମ୍ପାନୀରେ ମାତ୍ର ୬ ଜଣ ଲୋକ କାମ କରୁଥିଲେ। କିନ୍ତୁ ଆଜିର ସମୟରେ ପ୍ରାୟ ୧୧୦୦୦ କର୍ମଚାରୀ କାମ କରୁଛନ୍ତି।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମେଶିନର ରଙ୍ଗ କେବଳ ହଳଦିଆ। ଏହା ପଛରେ ଏକ କାରଣ ରହିଛି। ଜେସିବି ଖୋଳୁଥିବା ବେଳେ ସହଜରେ ଦୂରରୁଏହାକୁ ଦେଖିହୁଏ। ସେ ଦିନ ହେଉ କି ରାତି। ଏହାଦ୍ୱାରା ଲୋକଙ୍କୁ ସହଜରେ ଜାଣିହୁଏ ଯେ ଆଗରେ ନିର୍ମାଣ କାମ ଚାଲିଛି।