ଫ୍ରିରେ ଟେଷ୍ଟି ଖାଦ୍ୟ ଖାଇବା ପାଇଁ ଡେଟ୍‌ରେ ଯାଇଥା’ନ୍ତି ଯୁବତୀ: ରିସର୍ଚ୍ଚ

ନୂଆଦିଲ୍ଲୀ,୧୬।୨: ଯେତେବେଳେ ବାହାଘର କଥା ପଡେ ଉଭୟ ଯୁବକ ଯୁବତୀ ପରସ୍ପରକୁ ଭଲଭାବେ
ଜାଣିବା ପରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରି ବିବାହ କରିଥାନ୍ତି । ଏଥିପାଇଁ ଏବେ ସବୁଠାରୁ ଭଲ ଉପାୟ ହେଲା ଡେଟ । ଡେଟରେ ଯୁବକଯୁବତୀ ପରସ୍ପରକୁ ଜାଣିବା ସହ ପରସ୍ପର କ୍ୱାଲିଟି ସମୟ ବିତାଇଥାନ୍ତି। ଏହି କଥାବାର୍ତ୍ତା ଭିତରେ ସେମାନେ ପରସ୍ପରର ଭଲମନ୍ଦ, ପସନ୍ଦ ନାପସନ୍ଦ ଜାଣିଥାନ୍ତି। ଏଥିସହ ସେମାନେ ଭବିଷ୍ୟରେ ଏକାଠି ଜୀବନ ବିତାଇ ପାରିବେ କି ନାହିଁ ନିଷ୍ପତ୍ତି ନେଇଥାନ୍ତି।

କିନ୍ତୁ ନିକଟରେ ଡେଟ ସମ୍ପର୍କରେ ଏକ ତଥ୍ୟ ପ୍ରକାଶ ପାଇଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଡେଟରେ ଗଲେ ଫ୍ରିରେ ଭଲ ଖାଇବାକୁ ମିଳିବ ବୋଲି
ଅଧିକାଂଶ ଯୁବତୀ ଡେଟରେ ଯାଇଥାନ୍ତି । ଅଜୁସା ପେସିଫିକ ୟୁନିଭର୍ସିଟି ଦ୍ୱାରା କରାଯାଇଥିବା ଏକ ରିସର୍ଚ୍ଚରୁ ଏହା ସ୍ପଷ୍ଟ ହୋଇଛି ।

ତେବେ ଅନେକ ମହିଳା ଏହାକୁ ସ୍ବୀକାର ମଧ୍ୟ କରିଛନ୍ତି ଯେ, ଫ୍ରିରେ ଭଲ ଖାଦ୍ୟ ଖାଇବା ପାଇଁ ସେମାନେ ଡେଟରେ ଯିବା ପାଇଁ ରାଜି ହୋଇଥାନ୍ତି । ଯଦି ନିଜ ସହରରେ କୌଣସି ନୂଆ ରେସ୍ତୋରାଁ ଖୋଲିଛିି ତାହେଲେ ସେଠାକାର ସ୍ବାଦ ଚାଖିବା ପାଇଁ ଡେଟ ଠୁ ଭଲ ଆଉ କିଛି ଉପାୟ ନାହିଁ ।

 

Share