*ଯାହା ‘ପ୍ରାପ୍ତ’ ହୋଇଛି ତାହା ‘ପର୍ଯ୍ୟାପ୍ତ’। ଏହି ଦୁଇଟି ଶବ୍ଦରେ ସୁଖ ହେଉଛି ଅତୁଳନୀୟ।
*ଯଦି କେହି ଖୁସି ପାଇଁ କାମ କରନ୍ତି, ତା’ହେଲେ ତାଙ୍କୁ ପ୍ରକୃତ ଖୁସି ମିଳି ନ ଥାଏ। କିନ୍ତୁ ସେହି ବ୍ୟକ୍ତି ଯଦି ଖୁସି ମନରେ କାମ କରିଥାନ୍ତି, ତେବେ ତାଙ୍କୁ ନିଶ୍ଚିତ ଭାବେ ଖୁସି ମିଳିଥାଏ।
*ଅଯଥା କାମରେ ସମୟ ନଷ୍ଟ ନ କରି ଯଦି ଏହାକୁ କିଛି ଅର୍ଥପୂର୍ଣ୍ଣ କାର୍ଯ୍ୟରେ ଲଗାଯାଏ, ତା’ହେଲେ ସମୟର ସଦୁପଯୋଗ ହୋଇ ଆତ୍ମତୃପ୍ତି ମିଳିଥାଏ।
*କୌଣସି ମହାନ୍ ବ୍ୟକ୍ତି ସୁଯୋଗର ଅଭାବ ବିଷୟରେ କେବେ ବି ଅଭିଯୋଗ କରନ୍ତି ନାହିଁ। ଯେ କୌଣସି ପରିସ୍ଥିତି ହୋଇ ଥାଉ ନା କାହିଁକି ତାହାକୁ କେମିତି ସଦୁପଯୋଗ କରିହେବ, ତାହା ତାଙ୍କୁ ଜଣାଥାଏ।
*ମହାନତା କଦାପି ତଳେ ପଡ଼ିବାର ନୁହେଁ, କିନ୍ତୁ ପ୍ରତ୍ୟେକ ଥର ତଳେ ପଡି ପୁଣି ଉଠି ଯିବାରେ ଥାଏ।
*କାହା ମୁହଁରେ ଉଚିତ କଥା କହିଲେ ଆପଣ ଖରାପ ହେବେ; କାରଣ ପ୍ରତିବାଦୀମାନେ ସବୁବେଳେ ଅପରାଧୀ, ସେ ଘରେ ହେଉ କି ବାହାରେ।
*ପରର ଘର ଭାଙ୍ଗି ଆନନ୍ଦ ପାଉଥିବା ଲୋକଟି କେବେ ବୁଝିପାରେ ନାହିଁ ତା’ ନିଜର ଘର ସଂସାର ଅଛି ବୋଲି। ସମୟର ପଶାପାଲି ବଦଳି ଗଲେ ତା’ ଘରକୁ କେତେବେଳେ ଯେ ଦଇବ ଭାଙ୍ଗି ଦେବ ସେ ଜାଣିପାରିବ ନାହିଁ। ତେଣୁ ଏଭଳି କର୍ମରୁ ନିଜକୁ ଦୂରେଇ ରଖିବା ଦରକାର।