ବୁଧବାରଠାରୁ ୧୨ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ

ନୂଆଦିଲ୍ଲୀ,୧୫।୩: କରୋନା ବିରୋଧରେ ଲଢ଼େଇ ପାଇଁ ଦେଶରେ କେନ୍ଦ୍ର ସରକାର ଟିକାକରଣ ଅଭିଯାନକୁ ତ୍ୱରାନିତ କରିଛନ୍ତି। ଇତିମଧ୍ୟରେ କେନ୍ଦ୍ର ସରକାର ୧୨ବର୍ଷରୁ ୧୪ବର୍ଷର ବୟସ୍କ ପିଲାଙ୍କୁ କରୋନା ଭ୍ୟାକ୍ସିନ ଦେବା ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମାର୍ଚ୍ଚ ୧୬ରୁ ଅର୍ଥାତ୍‌ ବୁଧବାରଠାରୁ ୧୨ରୁ ୧୩, ୧୩ରୁୁ ୧୪ ବର୍ଷର ପିଲାଙ୍କୁ କରୋନା ଟିକା ଦିଆଯିବ। ଏହି ବର୍ଗର ପିଲାଙ୍କୁ ହାଇଦ୍ରାବାଦର ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋର୍ବେଭାକ୍ସ ଟିକା ଦିଆଯିବ। ତେବେ ସେହି ଦିନ ହିଁ ପିଲାମାନେ କୋ-ଓ୍ବିନ ପୋର୍ଟାଲରେ ପଞ୍ଜିକରଣ କରିପାରିବେ ଏବଂ ଏଥିପାଇଁ ମୋବାଇଲ ନମ୍ବର ମଧ୍ୟ ଜରୁରୀ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ସୂଚନା ଦେଇଛନ୍ତି।

Share