ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ କରୋନା ଟିକା

ନୂଆଦିଲ୍ଲୀ,୩୧।୩: ଦେଶରେ କରୋନା ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଟିକାକରଣ ପ୍ରକ୍ରିୟା ବି ଜାରି ରହିଛି। ବର୍ତ୍ତମାନ ଏହି ଟିକାକରଣ ଉପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିରେ ୪୫ ବର୍ଷ ବୟସରୁ ଅଧିକ ଲୋକଙ୍କୁ ଏପ୍ରିଲ ପହିଲାରୁ କରୋନା ଟିକା ଦେବାକୁ କୁହାଯାଇଛି।

ଏହାପୂର୍ବରୁ, ୪୫ ବର୍ଷରୁ ଅଧିକ ଲୋକ ଯେଉଁମାନେ ଗୁରୁତର ରୋଗରେ ପୀଡ଼ିତ ଥିଲେ ସେମାନେ କରୋନା ଟିକା ନେଉଥିଲେ। କିନ୍ତୁ ବର୍ତ୍ତମାନ ସରକାର ନିବେଦନ କରିଛନ୍ତି ଯେ, ଯେଉଁମାନଙ୍କୁ ୪୫ ବର୍ଷରୁ ଅଧିକ ସେମାନେ କରୋନା ଟିକା ନେଇପାରିବେ। ଗୁରୁବାରଠାରୁ ଏହି ପ୍ରକ୍ରିୟା ସାରା ଦେଶରେ ଆରମ୍ଭ ହେବ।

Share