ଚଣ୍ଡିଗଡ଼,୧।୭: ଦେଶରେ କରୋନା ଭାଇରସ ସଂକ୍ରମଣକୁ ନେଇ ଲାଗୁ କରାଯାଇଥିବା ଲକ୍ଡାଉନ ନିୟମରେ ଏବେ କୋହଳ କରାଯାଇଛି। ଏବେ ସରକାର ମଲ୍ ଖୋଲିବାକୁ ନେଇ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ତେବେ କରୋନାଠାରୁ ଦୂରେଇ ରହି ମଲ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ହରିୟାଣାର ଗୁରୁଗ୍ରାମରେ ବୁଧବାର ଏମ୍ଜିଏଫ୍ ମେଟ୍ରୋପଲିଟାନ୍ ମଲ୍ ଖୋଲାଥିବା ଦେଖାଯାଇଥିଲା। ଏହାକୁ ନେଇ ସେଠାକାର ସୁକ୍ୟୁରିଟି ଅଫିସର ଆର୍ଏସ୍ ଫୋଗଟ କହିଥିଲେ, ଆମେ ମଲ୍ରେ ସାମାଜିକ ଦୂରତାକୁ ବିଶେଷ ଧ୍ୟାନ ଦେଉଛୁ। ଆଉ ଏଠାରେ ୬୫ ବର୍ଷ ବୟସରୁ ଊଦ୍ଧ୍ୱର୍ର୍ ଓ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ମଲ୍ ମଧ୍ୟକୁ ଯିବାକୁ ଅନୁମତି ପ୍ରଦାନ କରାଯାଉ ନାହିଁ। ଏହାସହ ମଲ୍ ମଧ୍ୟକୁ ପ୍ରବେଶ ପୂର୍ବରୁ ସମସ୍ତ ଗ୍ରାହକଙ୍କର ଶରୀରର ତାପମାତ୍ରା ମପାଯିବା ସହ ସମସ୍ତଙ୍କୁ ହ୍ୟାଣ୍ଡ ସାନିଟାଇଜ କରିବାକୁ କୁହାଯାଉଛି।