Categories: ଜାତୀୟ

Cvoter Exit Poll: ଦକ୍ଷିଣରେ ଖାତା ଖୋଲିପାରେ ଭାଜପା, ମାତ୍ର ୨ଟି ରାଜ୍ୟରେ ମିଳିଛି ୪୭ ସିଟ୍‌ର ବମ୍ପର ନମ୍ବର

ନୂଆଦିଲ୍ଲୀ,୧।୬: ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ଏବଂ ସପ୍ତମ ପର୍ଯ୍ୟାୟ ପାଇଁ ମତଦାନ ଶନିବାର ଶେଷ ହୋଇଛି । ଭୋଟ ଶେଷ ହେବା ପରେ ଏକଜିଟ ପୋଲ ପ୍ରକାଶ ପାଇଛି। ଏକଜିଟ ପୋଲ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ଭାଜପା) ଓ ଏନଡିଏ ଦକ୍ଷିଣରେ ବାଜି ପଲଟେଇ ପାରନ୍ତି ବୋଲି ବଡ଼ ଆକଳନ କରାଯାଉଛି। ଏକଜିଟ ପୋଲ ଅନୁସାରେ ଦଳ କର୍ନାଟକ ଓ ଆନ୍ଧ୍ରପ୍ରଦେଶରେ ବମ୍ପର ସିଟ ପାଇଥିବା ଜଣାପଡିଛି।

ସି-ଭୋଟର ଏକଜିଟ ପୋଲରେ ଏନଡିଏ କେବଳ ଦୁଇଟି ରାଜ୍ୟରେ ୪୭ଟି ସିଟ ଜିତିଥିବାର ଦେଖାଯାଉଛି। କର୍ନାଟକରେ ଭାଜପା ଏବଂ ଜନତା ଦଳ ଏକାଠି ଲଢିଥିବାବେଳେ ଆନ୍ଧ୍ରପ୍ରଦେଶରେ ଭାଜପାର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସହିତ ଭାଜପା ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ତେବେ ଏହି ୨ରାଜ୍ୟରେ ଭାଜପା କମାଲ କରିଥିବା କୁହାଯାଉଛି।

ଗତ ବର୍ଷ କର୍ନାଟକର ବିଧାନସଭା ନିର୍ବାଚନରେ ଭାଜପା ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ କଂଗ୍ରେସ ବଡ଼ ବିଜୟ ସହ ସରକାର ଗଠନ କରିଥିଲା। େଏକଜିଟ ପୋଲ ଆକଳନ କରିଛି ଏନଡିଏ ରାଜ୍ୟରେ ୨୮ ଟି ସିଟ ମଧ୍ୟରୁ ୨୩-୨୫ ଜିତିପାରେ। ଏଥି ସହିତ INDIA ୩-୫ ଟି ସିଟ ଜିତିପାରେ ବୋଲି କୁହାଯାଉଛି।

ସେହିପରି ଆନ୍ଧ୍ରପ୍ରଦେଶରେ ଏନଡିଏ ୨୧-୨୫ ଆସନ ଜିତୁଥିବାବେଳେ ଇଣ୍ଡିଆ ଗୋଟିଏ ବି ଆସନ ହାତେଇ ପାରୁନାହିଁ। କିନ୍ତୁ ଅନ୍ୟ ଦଳମାନେ ୦-୪ରେ ଖାତା ଖୋଲି ପାରନ୍ତି ବୋଲି କୁହାଯାଉଛି।

Share