Categories: ଜାତୀୟ

ଆୟୁର୍ବେଦ ଶିକ୍ଷାର୍ଥୀଙ୍କ ପାଇଁ ବିଦେଶରେ ସୁଯୋଗ: ଜାପାନ-ଜର୍ମାନୀରେ ମିଳିବ ନିଯୁକ୍ତି…

ଡେରାଡୁନ,୬।୭ : ଜାପାନ ଏବଂ ଜର୍ମାନୀର ଭାରତୀୟ ଆୟୁର୍ବେଦ ଶିକ୍ଷାର୍ଥୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଉତ୍ତରାଖଣ୍ଡର ମେଡିକାଲ କାଉନସିଲ ଅଫ ଇଣ୍ଡିଆ, ପକ୍ଷରୁ କୁହାଯାଇଛି ଆୟୁର୍ବେଦ କଲେଜରୁ ନର୍ସିଂ, ଯୋଗ, ପଞ୍ଚକର୍ମ, ନାଚୁରୋପାଥି ପାଠ୍ୟକ୍ରମରେ ପାସ ହୋଇଥିବା ଛାତ୍ରଛାତ୍ରୀଙ୍କ ବିବରଣୀ ପ୍ରଦାନ କରିଛି। ଯେଉଁମାନଙ୍କୁ ଦକ୍ଷତା ଏବଂ ରୋଜଗାର ବିଭାଗ ମାଧ୍ୟମରେ ଦକ୍ଷତା ବିକାଶ ତାଲିମ ଦିଆଯିବ ।

ଏହା ପରେ ସେମାନଙ୍କୁ ବିଦେଶରେ ଚାକିରି ଯୋଗାଇ ଦିଆଯିବ। ଜାପାନ ଏବଂ ଜର୍ମାନୀରୁ ନର୍ସିଂ ଏବଂ ଆତିଥ୍ୟ କ୍ଷେତ୍ରରେ ଚାକିରି ପାଇଁ ତାଲିମପ୍ରାପ୍ତ ଯୁବବର୍ଗମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ପ୍ରସ୍ତାବ ଗ୍ରହଣ କରିଛନ୍ତି।

ଏଥିପାଇଁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ସ୍ବୀକୃତିପ୍ରାପ୍ତ ୨୫ ବେସରକାରୀ ଆୟୁର୍ବେଦ ଏବଂ ପାରାମେଡିକାଲ କଲେଜରୁ ଶିକ୍ଷାର୍ଥୀଙ୍କ ତାଲିକା ଲୋଡାଯାଇଛି। ଏହି ପରିପ୍ରେକ୍ଷୀରେ କଲେଜମାନଙ୍କୁ ଏକ ଚିଠି ଦିଆଯାଇଥିଲା। ସଚିବ ଆୟୁଷ ଡକ୍ଟର ପଙ୍କଜ କୁମାର ପାଣ୍ଡେ ମଧ୍ୟ ଆୟୁର୍ବେଦ ଶିକ୍ଷାର୍ଥୀମାନଙ୍କୁ ଦକ୍ଷତା ଏବଂ ନିଯୁକ୍ତି ବିଭାଗ ମାଧ୍ୟମରେ ତାଲିମ ଦେଇ ବିଦେଶରେ ଚାକିରି ସୁଯୋଗ ଯୋଗାଇବା ପାଇଁ ପରିଷଦକୁ ନିର୍ଦ୍ଦେଶନାମା ଦେଇଛନ୍ତି।

ପରିଷଦର ରେଜିଷ୍ଟ୍ରାର ନବର୍ଦା ଗୁସାଇ କହିଛନ୍ତି ଆୟୁର୍ବେଦ ଡାକ୍ତରୀ ଶିକ୍ଷାରେ ଉନ୍ନତି ଆଣିବା ପାଇଁ ନୂତନ ଅଧିବେଶନରୁ ନର୍ସିଂ, ପଞ୍ଚକର୍ମ, ଯୋଗ ଏବଂ ନାଚୁରୋପାଥି ପାଠ୍ୟକ୍ରମରେ ନୂତନ ସିଲାବସ କାର୍ଯ୍ୟକାରୀ ହେବ। ପରିଷଦ ଦ୍ୱାରା ଶୀଘ୍ର ସମସ୍ତ କଲେଜଗୁଡ଼ିକ ପାଇଁ ପାଠ୍ୟକ୍ରମ ପୁସ୍ତକ ଉପଲବ୍ଧ ହେବ । ଏହା ବ୍ୟତୀତ ଚଳିତ ମାସ ଶେଷରୁ ପରୀକ୍ଷା ଆରମ୍ଭ ହେବ। ପରିଷଦ ଦ୍ୱାରା ଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରାଯିବ। ପରୀକ୍ଷା ପାଇଁ ଏକ ନୂତନ ଢାଞ୍ଚା ପ୍ରସ୍ତୁତ କରାଯାଇଛି ।

Share