Categories: ଜାତୀୟ

ବିଦେଶରେ ଭାରତ ଯୋଡୋର ବିପରୀତ କରୁଛନ୍ତି ରାହୁଲ: ଅଶ୍ୱିନୀ ଚୌବେ…

ବକ୍ସାର,୬।୬ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ରାହୁଲ ଗାନ୍ଧୀଙ୍କୁ ପରିବାରବାଦକୁ ବଢ଼ାଉଥିବା ବୋଲି କହିଛନ୍ତି। ଗୋଟିଏ ପଟେ ସେ ଦେଶରେ ଭାରତ ଯୋଡୋ ଯାତ୍ରା କରୁଥିବାବେଳେ ଅନ୍ୟ ପଟେ ସେ ବିଦେଶ ଯାଇ ଏହାର ବିପରୀତ ଭାରତ ଭାଙ୍ଗିବା କଥା କହୁଛନ୍ତି। ଅଶ୍ୱିନୀ ଚୌବେ ଏକ ସପ୍ତାହ ମଧ୍ୟରେ ତୃତୀୟ ଥର ପାଇଁ ତାଙ୍କ ନିର୍ବାଚନମଣ୍ଡଳୀ ବକ୍ସରରେ ପହଞ୍ଚି ଏଭଳି କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଭଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଶ୍ୱସ୍ତତା ଉପରେ ପ୍ରଶ୍ନ କରିଛନ୍ତି। ସମଗ୍ର ଦେଶ ଜାଣନ୍ତି ରାହୁଲ ଗାନ୍ଧୀଙ୍କ ବିଶ୍ୱସ୍ତତା ଭାରତ ନୁହେଁ ବରଂ ତାଙ୍କ ଆଇମାଙ୍କ ଘର ପ୍ରତି ରହିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାରା ବିଶ୍ୱରେ ଭାରତର ଭାବମୂର୍ତ୍ତି ଉଚ୍ଚ ହେବାରେ ଲାଗିଛି। ରାହୁଲ ଏହାକୁ ସହ୍ୟ କରି ନ ପାରି ଏଭଳି କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି।

Share