ରହିଗଲା ଅବସୋସ

ବେଳେବେଳେ ମନରେ ଏଭଳି ଅବସୋସ ରହିଯାଏ, ଯାହାକୁ ନେଇ ସାରା ଜୀବନ ଅନୁତାପ କରିବାକୁ ପଡିଥାଏ। ସେଭଳି ଏ କଥାକୁ ଏବେ ବ ମନେ ପକାଇ ଦୁଃଖ ପ୍ରକାଶ କରନ୍ତି ଆଲିୟା ଭଟ୍ଟ। କଥା କ’ଣ କି, ୨୦୦୫ରେ ବଲିଉଡ୍‌ର ଅନ୍ୟତମ ନାମୀ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଁସାଲିଙ୍କ ‘ବ୍ଲାକ୍‌’ ରିଲିଜ ହୋଇଥିଲା। ଏହାର କାଷ୍ଟିଂ ସମୟରେ ଏ କ ଭୂମିକା ପାଇଁ ନ ବର୍ଷ ବୟସ୍କା ଆଲିୟାଙ୍କ ନାମ ବିଚାରକୁ ନେଇଥିଲେ ନିର୍ଦ୍ଦେଶକ। କିନ୍ତୁ ଦୁର୍ଭାଗ୍ୟ ବଶତଃ ପରବର୍ତ୍ତୀ ସମୟରେ ଆଲିୟାଙ୍କ ହାତରୁ ଏଭଳି ଅଫର ଖସିଯାଇଥିଲା। କେବଳ ସେତିକି ନୁହେଁ, ଆଲିୟାଙ୍କୁ ଯେତେବେଳେ ୧ ବର୍ଷ ସେତେବେଳେ ପୁଣି ଥରେ ସଞ୍ଜୟ ତାଙ୍କୁ ଆଉ ଏ ପାଇଁ ସାଇନ୍‌ କରାଇବାକୁ ଯୋଜନା କରିଥିଲେ। ‘ବାଲିକା ବଧୂ’ ଟାଇଟଲବିଶିଷ୍ଟ ଏହି ଫିଲ୍ମରେ ଆଲିୟା ନାୟିକା ଭୂମିକାରେ ଅଭିନୟ କରିଥାଆନ୍ତେ ଏବଂ ୨ ବର୍ଷ ବୟସ୍କ ରଣବୀର କପୁର ନାୟକ ଭାବରେ ଦେଖାଦେଇଥାଆନ୍ତେ। ହେଲେ କେତେକ କାରଣରୁ ଏହି ପ୍ରୋଜେକ୍ଟ ବନ୍ଦ ହୋଇଯାଇଥିଲା। ୨୦୧୨ରେ କରନ୍‌ ଜୋହର ତାଙ୍କୁ ନାୟିକା ଭାବରେ ବ୍ରେକ୍‌ ଦେଇଥିଲେ, ଆଉ ଫିଲ୍ମଟି ଥିଲା ଷ୍ଟେୁଡେଣ୍ଟ ଅଫ ଦ ଇୟର’। ଏଥିଲାଗି ପାଖାପାଖି ୫ଶହ ନବାଗତାଙ୍କ ମଧ୍ୟରୁ ବାଜି ମାରିଥିଲେ ଆଲିୟା। କେବଳ ସେତିକି ନୁହେଁ, ଏହି ସିନେମା ପାଇଁ ତାଙ୍କୁ ୧୫ କିଗ୍ରା ଓଜନ କମାଇବାକୁ ପଡିଥିଲା। ଏଥିରେ ଆଲିୟାଙ୍କ ଅପୋଜିଟ୍‌ରେ ଥିଲେ ବରୁଣ ଧାଓ୍ବନ ଏବଂ ସିଦ୍ଧାର୍ଥ ମାଲହୋତ୍ରା।

Share