ଅବୁଝା ସମବାୟ ଆଇନ

୧୯୯୦ରୁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଚୌଧୁରୀ ବ୍ରହ୍ମପ୍ରକାଶ କମିଟି, ଜଗଦୀଶ କପୁର କମିଟି, ଭି.କେ. ପାଟିଲ୍‌ କମିଟି, ଭି.ଏସ୍‌. ବ୍ୟାସ କମିଟି ଓ ପ୍ରଫେସର ବୈଦ୍ୟନାଥନ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟିଗୁଡ଼ିକ ସମବାୟ ଆଇନ ସଂଶୋଧନ କରି ସମବାୟ ସଂସ୍ଥାଗୁଡ଼ିକର ପଦ୍ଧତିରେ ସୁପରିଚାଳନା ପାଇଁ ପରାମର୍ଶ ଦେଇଥିଲେ। ଉକ୍ତ ସୁପାରିସଗୁଡ଼ିକ କାର୍ଯ୍ୟକାରୀ କରାଯାଇ ଓଡ଼ିଶା ସମବାୟ ସମିତି ଆଇନର କେତେକ ଧାରାରେ ସଂଶୋଧନ କରାଯାଇଛି। ଓଡ଼ିଶା ସମବାୟ ସମିତି ଧାରା ୩ର ଉପଧାରା (୧) ଅନୁଯାୟୀ ରାଜ୍ୟ ସରକାର ଜଣେ ସମବାୟ ସମିତି ସମୂହ ନିବନ୍ଧକଙ୍କୁ ନିଯୁକ୍ତି ଦେଇଥାନ୍ତି ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ ସମବାୟ ସମିତି ନିୟମାବଳୀ ୫ରେ ବର୍ଣ୍ଣିତ ପଦବୀ ଯୁକ୍ତ ବ୍ୟକ୍ତି ଯଥା – ଅତିରିକ୍ତ, ଯୁଗ୍ମ, ଉପ, ସହକାରୀ ସମବାୟ ନିବନ୍ଧକ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଅନ୍ୟାନ୍ୟ ପଦବୀଯୁକ୍ତ ଅଧିକାରୀମାନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଥାନ୍ତି। ଏମାନଙ୍କୁ ସମବାୟ ଆଇନ ଧାରା ୩ର ଉପଧାରା (୨) ଅନୁଯାୟୀ ରାଜ୍ୟ ସରକାର ନିବନ୍ଧକଙ୍କ ସମସ୍ତ କ୍ଷମତା କିମ୍ବା କୌଣସି ବିଶେଷ କ୍ଷମତାପ୍ରଦ କରିଥାନ୍ତି ଏବଂ ତଦନୁଯାୟୀ ସମବାୟ ନିବନ୍ଧକ ଏହି କ୍ଷମତାପ୍ରାପ୍ତ ଅଧିକାରୀମାନଙ୍କୁ ନିବନ୍ଧକଙ୍କ ସମସ୍ତ କିମ୍ବା ଉକ୍ତ ବିଶେଷ କ୍ଷମତା ପ୍ରୟୋଗ କରିବା ପାଇଁ ସ୍ଥାନୀୟ ସୀମା ନିର୍ଦ୍ଧାରଣ କରିଥାନ୍ତି। ସମବାୟ ଆଇନ ଧାରା ୩ର ଉପଧାରା (୩) ଅନୁଯାୟୀ ରାଜ୍ୟ ସରକାର ଚାହିଁଲେ କୌଣସି ସମବାୟ ଅନୁଷ୍ଠାନ ସ୍ଥାନୀୟ ପ୍ରାଧିକରଣମାନଙ୍କୁ ନିବନ୍ଧକଙ୍କୁ ସାହାଯ୍ୟ କରିବାକୁ ନିଯୁକ୍ତି କରିବା ବ୍ୟବସ୍ଥା ମଧ୍ୟ ରହିଛି। ସେହିପରି ସମବାୟ ଆଇନ ଧାରା ୩ର ଉପଧାରା (୪) ଅନୁଯାୟୀ ସମବାୟ ଆଇନ ଧାରା ୩ର ଉପଧାରା (୨) କିମ୍ବା (୩) ଅନୁସାରେ ନିବନ୍ଧକଙ୍କୁ ସାହାଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି, ସମବାୟ ସମିତି ଓ ପ୍ରାଧିକରଣମାନେ ସମବାୟ ନିବନ୍ଧକଙ୍କ ନିୟନ୍ତ୍ରଣ ଏବଂ ଦେଖାରଖାରେ କାର୍ଯ୍ୟ କରିବାକୁ ଆଇନରେ ବ୍ୟବସ୍ଥା ରହିଛି। ଯେତେ ଉଚ୍ଚ ପଦାଧିକାରୀ ବ୍ୟକ୍ତି, ଅନୁଷ୍ଠାନ ଓ ପ୍ରାଧିକରଣ ହୋଇଥିଲେ ମଧ୍ୟ ସମବାୟ ଆଇନ ଧାରା ୩ରେ ନିବନ୍ଧକଙ୍କ କ୍ଷମତା ପ୍ରୟୋଗ କରିବାକୁ ଯଦି ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥାନ୍ତି ସେମାନେ ସମବାୟ ନିବନ୍ଧକଙ୍କ ନିୟନ୍ତ୍ରଣରେ ଦାୟିତ୍ୱ ନିର୍ବାହ କରିବାକୁ ଆଇନତଃ ବାଧ୍ୟ।
ସମବାୟ ସମିତି ଧାରା ୨୮ ଅନୁସାରେ ପ୍ରତ୍ୟେକ ସମବାୟ ଅନୁଷ୍ଠାନର ପରିଚାଳନା ଭାର ପରିଚାଳନା ପରିଷଦ ଉପରେ ନ୍ୟସ୍ତ ହୋଇଥାଏ। ଏହି ଆଇନର ଧାରା ୨୮ର ଉପଧାରା (୧)ରେ ପରିଚାଳନା ପରିଷଦର କର୍ତ୍ତବ୍ୟ ଓ କ୍ଷମତା ମଧ୍ୟ ନିର୍ଦ୍ଧାରଣ କରାଯାଇଛି। ଧାରା ୨୮ର ଉପଧାରା (୨) (ଜି) (ଆଇ) ଅନୁସାରେ ରାଜ୍ୟର ସମସ୍ତ ପ୍ରାଥମିକ, କେନ୍ଦ୍ର ଓ ଶୀର୍ଷ ସମବାୟ ସମିତିମାନଙ୍କର ପରିଚାଳନା ପରିଷଦଗୁଡ଼ିକୁ ଓଡ଼ିଶା ସମବାୟ ସମିତି ସଂଶୋଧିତ ଆଇନ ୨୦୧୧ ଅନୁସାରେ ଭାଙ୍ଗି ଦିଆଯାଇ ପରିଚାଳନା ଭାର ସମବାୟ ନିବନ୍ଧକଙ୍କ ଉପରେ ନ୍ୟସ୍ତ କରାଗଲା ଏବଂ ଧାରା ୨୮ର ଉପଧାରା (୨) (ଜି) (ଆଇ) (ଆଇ) ଅନୁସାରେ ଭାଙ୍ଗିଯାଇଥିବା ସମସ୍ତ ସମବାୟ ସମିତିମାନଙ୍କ ପରିଚାଳନା ଦାୟିତ୍ୱ ସମବାୟ ନିବନ୍ଧକଙ୍କ ଉପରେ ନ୍ୟସ୍ତ ହୋଇଥିଲା ବେଳେ ନିବନ୍ଧକ ଚାହିଁଲେ ସମିତି ପାଇଁ ସମିତିର ସଭ୍ୟ କିମ୍ବା ଅନୁବନ୍ଧିତ ସମିତିର ସଭ୍ୟମାନଙ୍କ ମଧ୍ୟରୁ ଯେତେଦୂର ସମ୍ଭବ ହରିଜନ, ଆଦିବାସୀ, ମହିଳା ଓ ପଛୁଆବର୍ଗ ସଦସ୍ୟମାନଙ୍କ ମଧ୍ୟରୁ ସମିତି ପାଇଁ ଏକ ମନୋନୀତ ପରିଚାଳନା ପରିଷଦ ଗଠନ କରିପାରିବେ। ସମବାୟ ସମିତି ଆଇନ ଅନୁଯାୟୀ ପରିଚାଳନା ପରିଷଦ ଦାୟିତ୍ୱରେ ଥିବା ସମବାୟ ନିବନ୍ଧକ କିମ୍ବା ତାଙ୍କ ଦ୍ୱାରା ମନୋନୀତ ପରିଚାଳନା ପରିଷଦ ନୂତନ ସଭ୍ୟ ଗ୍ରହଣ ସମେତ ସମିତି ପରିଚାଳନା କ୍ଷେତ୍ରରେ ସମସ୍ତ ନୀତିଗତ ନିଷ୍ପତ୍ତି ନେଇପାରିବେ। ଓଡ଼ିଶା ସମବାୟ ଆଇନ ଧାରା ୩୨ ଅନୁସାରେ କୌଣସି ପରିଚାଳନା ପରିଷଦ ତାଙ୍କ ଦାୟିତ୍ୱ ଠିକ୍‌ଭାବେ ନିର୍ବାହ କରିବାରେ ଅବହେଳା କରୁଥିଲେ କିମ୍ବା ସମିତି ଓ ସଭ୍ୟମାନଙ୍କ ସ୍ବାର୍ଥ ବିରୋଧରେ କାର୍ଯ୍ୟ କରୁଥିଲେ ସମବାୟ ନିବନ୍ଧକ ସେହି ସମିତିର ପରିଚାଳନା ପରିଷଦକୁ ଭାଙ୍ଗିଦେଇ ସମିତି ପରିଚାଳନା ପାଇଁ ଜଣେ ପ୍ରଶାସକଙ୍କୁ ନିଯୁକ୍ତି କରିପାରିବେ। ଉକ୍ତ ପ୍ରଶାସକ ସମବାୟ ନିବନ୍ଧକଙ୍କ ନିୟନ୍ତ୍ରଣରେ ତାଙ୍କ ଆଦେଶ ମୁତାବକ କାର୍ଯ୍ୟ କରିବାକୁ ଆଇନଗତ ବ୍ୟବସ୍ଥା ରହିଛି। ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପ ଫଳରେ ରାଜ୍ୟର ସମସ୍ତ ସମବାୟ ସମିତିମାନଙ୍କ ପରିଚାଳନା ଭାର ସଂଶୋଧିତ ସମବାୟ ଆଇନ ୨୦୧୧ ଅନୁଯାୟୀ ରାଜ୍ୟ ସମବାୟ ନିବନ୍ଧକଙ୍କ ଉପରେ ନ୍ୟସ୍ତ ହୋଇଥିଲା। ରାଜ୍ୟ ସରକାର ଭାଙ୍ଗିଯାଇଥିବା ସମବାୟ ସମିତିଗୁଡ଼ିକର ପରିଚାଳନା ପାଇଁ ଜିଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ପ୍ରଶାସକଭାବେ ନିଯୁକ୍ତି ଦେବାପାଇଁ ସମବାୟ ନିବନ୍ଧକଙ୍କୁ ପ୍ରସ୍ତାବ ଦେଇଥିଲେ। ସେହି ଏକାଧିକ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସମବାୟ ନିବନ୍ଧକ ଆଦେଶରେ ସମବାୟ ଶାସନ ସଚିବଙ୍କୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ଅନ୍ୟ ୮୮ ଅଧିକାରୀଙ୍କୁ ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କ, ୧୧ଟି ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ ଓ ୨୧ଟି ଶୀର୍ଷ ସମବାୟ ସମିତି ଓ ଅନ୍ୟାନ୍ୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଧାରା ୨୮ ଅନୁଯାୟୀ ନିବନ୍ଧକଙ୍କ କ୍ଷମତା ପ୍ରୟୋଗ କରିବାକୁ ସ୍ଥାନୀୟ ସୀମା ନିର୍ଦ୍ଧାରଣ କଲେ। ସମବାୟ ନିବନ୍ଧକଙ୍କ ଉକ୍ତ ଆଦେଶଟି ସମବାୟ ଆଇନର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି।
ସମବାୟ ନିୟମାବଳୀର ଧାରା ୫ରେ ବର୍ଣ୍ଣିତ ପଦବୀଧାରୀ ଅଧିକାରୀମାନଙ୍କୁ ସମବାୟ ନିବନ୍ଧକଙ୍କ ଧାରା ୨୮ର କ୍ଷମତା ପ୍ରୟୋଗ କରିବାକୁ ସ୍ଥାନୀୟ ସୀମା ନିର୍ଦ୍ଧାରଣ କରାଯାଇଥିବା ଉକ୍ତ ଆଦେଶରେ ଉଲ୍ଲେଖ ନ ଥିଲା। ସୁପ୍ରିମ୍‌ କୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମବାୟ ନିବନ୍ଧକଙ୍କ ପରି ବୈଧାନିକ କର୍ତ୍ତୃପକ୍ଷ ରାଜ୍ୟ ସରକାର କିମ୍ବା ଉପରିସ୍ଥ କର୍ମକର୍ତ୍ତାଙ୍କ ପ୍ରରୋଚନାରେ ତାଙ୍କ ଉପରେ ନ୍ୟସ୍ତ ହୋଇଥିବା କ୍ଷମତା ପ୍ରୟୋଗ କରି ଜାରି କରିଥିବା ନିର୍ଦ୍ଦେଶନାମା ଆଇନତଃ ଅସିଦ୍ଧ ଓ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏଭଳି ତ୍ରୁଟି ବିଚ୍ୟୁତି ପାଇଁ ଉକ୍ତ ଆଦେଶର କ୍ରମିକ ସଂଖ୍ୟା ୬୬ରେ ବର୍ଣ୍ଣିତ ଓଡ଼ିଶା ରାଜ୍ୟ ସମବାୟ ମହାସଂଘ ପାଇଁ ସ୍ଥାନୀୟ ସୀମା ନିର୍ଦ୍ଧାରଣ କ୍ଷେତ୍ରରେ ଉଚ୍ଚ ନ୍ୟାୟାଳୟ ରହିତାଦେଶ ଜାରି କରିଥିଲେ। ମାତ୍ର ସମବାୟ ବିଭାଗ ଶାସନ ସଚିବ ନିବନ୍ଧକଙ୍କ ଉକ୍ତ ତ୍ରୁଟିପୂର୍ଣ୍ଣ ଆଦେଶ ବଳରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ମ୍ୟାନେଜମେଣ୍ଟ ଇନ୍‌-ଚାର୍ଜ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ସମବାୟ ଆଇନର ୧୨୩ ଧାରା ଓଡ଼ିଶା ରାଜ୍ୟ ଓ କେନ୍ଦ୍ର ସମବାୟ ବ୍ୟାଙ୍କ, ପ୍ରାଥମିକ ସେବା ସମବାୟ ସମିତିମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ। ଏହି ନିକଟ ଅତୀତରେ ରାଜ୍ୟ ସମବାୟ ନିବନ୍ଧକ ଦୁଇଗୋଟି ଶୀର୍ଷ ସମବାୟ ସମିତିର ପରିଚାଳନା ପରିଷଦକୁ ବହିଷ୍କାର ଆଦେଶ ଦେବାରୁ ସେମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବା ଫଳରେ ସ୍ଥଗିତାଦେଶ ପାଇଥିଲେ। ସମବାୟ ଆଇନ ବିଶେଷଜ୍ଞମାନଙ୍କ ପରାମର୍ଶରେ ନ ବୁଝି ପାରୁଥିବା ଆଇନକୁ ଠିକ୍‌ ଭାବେ ବୁଝି କାର୍ଯ୍ୟକାରୀ କରାଇଲେ ଅଦାଲତର ଆଶ୍ରୟ ନେବାକୁ ପଡ଼ନ୍ତା ନାହିଁ।

ପ୍ରତାପ ଚନ୍ଦ୍ର ସାମଲ
ବରିଷ୍ଠ ସମବାୟବିତ୍‌
ମୋ: ୯୦୯୦୩୨୫୮୦୨


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ନଷ୍ଟ ଏକ ଅପରାଧ

ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଜିଏଚ୍‌ଆଇ) ୨୦୨୪ରେ ସ୍ଥାନ ପାଇଥିବା ୧୨୭ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୫ରେ ରହିଛି। ଅର୍ଥାତ କ୍ଷୁଧା ଦୂର କରିବାରେ ୧୦୪ଟି...

ଅନିଶ୍ଚୟତାରେ ଅଧିକାରୀ

ନିକଟରେ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ମଧ୍ୟରେ କ୍ୟାଡର୍‌ ପୁନଃ ଆବଣ୍ଟନକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ଆଇଏଏସ୍‌ ଏବଂ ଆଇପିଏସ୍‌...

କୃତ୍ରିମ ପୁଷ୍ଟିସାର ସଂଶ୍ଳେଷଣ ପାଇଁ ନୋବେଲ୍‌

ବର୍ଷ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଲାଭ କରିଥିବା ଡେଭିଡ୍‌ ବେକର, ଯୁକ୍ତରାଷ୍ଟ୍ର ଆମେରିକାର ବର୍କଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ, ଇଂରେଜ...

ଭୟ

ସଂସାରରେ ବୋଧହୁଏ ଏମିତି କେହି ନାହିଁ, ଯିଏ ସମ୍ପୂର୍ଣ୍ଣ ରୂପେ ଭୟଶୂନ୍ୟ ହୋଇ ଜୀବନ ଧାରଣ କରେ। କେହି ହୁଏତ ନିଜକୁ ଭୟଶୂନ୍ୟ ବୋଲି ଦାବି...

ଜଳ ବଜାରରେ ପକ୍ଷପାତିତା

ନିକଟରେ ଗ୍ଲୋବାଲ କମିଶନ ଅନ୍‌ ଇକୋନୋମିକ୍ସ ଅଫ୍‌ ଓ୍ବାଟରର ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓ୍ବାଟର ମାର୍କେଟ ବା ଜଳ ବଜାର(ସ୍ଥାୟୀ କିମ୍ବା...

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

ଶାଶ୍ୱତ ସୁଖର ଚଲାପଥ

ଯଚିଦାନନ୍ଦ ଦାଶ ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri