Categories: ଜାତୀୟ

ଅବୁ ଧାବିରେ ହିନ୍ଦୁ ମନ୍ଦିରର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇର ଅବୁ ଧାବିରେ ଥିବା ବିଏପିଏସ୍‌ ହିନ୍ଦୁ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ଯୋଗଦେବେ। ମନ୍ଦିର ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ କରିବାକୁ ମନ୍ଦିରର ଏକ ପ୍ରତିନିଧୀମଣ୍ଡଳ ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମନ୍ଦିରର ନିମନ୍ତ୍ରଣ ଗ୍ରହଣ କରିଛନ୍ତି। ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ୧୪ ଫେବୃୟାରୀ ୨୦୨୪ରେ ଅନୁଷ୍ଠିତ ହେବ।

Share