ଲୋକଙ୍କୁ ମେଡିକାଲ ଅଫିସରଙ୍କ ଦୁର୍ବ୍ୟବହାର ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ

ମୋରଡ଼ା,୧୦ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଦାନ୍ତିଆମୁଁହାସ୍ଥିତ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ମେଡିକାଲ ଅଫିସର ଲିପି ମୁର୍ମୁଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଏକ ଅଭିଯୋଗପତ୍ର କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, କାର୍ଯ୍ୟରତ ମେଡିକାଲ ଅଫିସର ଲିପି ମୁର୍ମୁଙ୍କ ଜନସାଧାରଣଙ୍କ ପ୍ରତି ବ୍ୟବହାର ଅତ୍ୟନ୍ତ କଷ୍ଟଦାୟକ। ଲୋକଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି। ରୋଗୀଙ୍କ ଦେହ ଖରାପ ହେବାର କାରଣ ଜାଣିବା ପୂର୍ବରୁ ଔଷଧ ଲେଖି ଦିଅନ୍ତି ବୋଲି ଲୋକେ ଅଭିଯୋଗ ଆଣିଛନ୍ତି। ଲୋକେ ଡରରେ ଉକ୍ତ ଡାକ୍ତରଖାନାକୁ ଯିବା ପାଇଁ ବନ୍ଦ କରିଥିବା ବେଳେ ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିବା ସତ୍ତ୍ୱେ ଗରିବ ଲୋକେ ବେତନଟୀ କିମ୍ବା କେସିପୁର ଡାକ୍ତରଖାନାକୁ ଯାଆନ୍ତି ବୋଲି ଅଭିଯୋଗ କରିଛନ୍ତି ଶଙ୍କରମଣି ମହାନ୍ତ, ଶମ୍ଭୁନାଥ ଧଳ, ଧନଞ୍ଜୟ ମହାନ୍ତ, ପରମେଶ୍ୱର ମହାନ୍ତ, ଦୀପ୍ତିରେଖା ସାହୁ ପ୍ରମୁଖ। ସମ୍ପୃକ୍ତ ମେଡିକାଲ ଅଫିସରଙ୍କୁ ନିଲମ୍ବନ କରିବା ପାଇଁ ମଧ୍ୟ ସେମାନେ ଦାବି ଜଣାଇଛନ୍ତି।