ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର: ମନ୍ତ୍ରୀଙ୍କ ସମ୍ମୁଖ ମଞ୍ଚ ତଳେ ଧାରଣାରେ ବସିଲେ, ଜିଲାପାଳ-ଏସ୍‌ପି କ୍ଷମା ମାଗିଲା ପରେ…

ନବରଙ୍ଗପୁର,୧୫ା୮(ସଦାଶିବ ପ୍ରହରାଜ): ଜିଲାସ୍ତରୀୟ ୭୮ ତମ ସ୍ବାଧୀନତା ଦିବସ ନବରଙ୍ଗପୁର ଷ୍ଟାଡିୟମଠାରେ ପାଳିତ ହୋଇଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ତେବେ ମୁଖ୍ୟ ଅତିଥି ଆସିବା ଓ ପତାକା ଉତ୍ତୋଳନ ପୂର୍ବରୁ ଷ୍ଟାଡିୟମ ଭିତରକୁ ଛଡ଼ାଯିବା ପାଇଁ ରହିଥିବା ଫାଟକ ନିକଟରେ ଖବରଦାତାକୁ ଡିୟୁଟିରେ ଥିବା ପୋଲିସ କର୍ମଚାରୀ ଦୁର୍ବ୍ୟବହାର କରିଥିଲେ। ଅନେକ ସାଧାରଣ ଲୋକ, ତଳ କର୍ମଚାରୀ ଓ ଚିହ୍ନାଜଣା ଲୋକଙ୍କୁ ଭିଆଇପି ଗ୍ୟାଲେରୀ ରାସ୍ତା ଆଡ଼କୁ ଛାଡ଼ିଥିଲେ। କିନ୍ତୁ ଖବରଦାତାଙ୍କ ଉପରେ ଅନେକ କଟକଣା ଲଗାଇଥିଲେ ଜଗିଥିବା ପୋଲିସ କର୍ମଚାରୀ।

ଅତିରିକ୍ତ ଏସ୍‌ପି ବଟକୃଷ୍ଣ ମିଶ୍ର ଖବରଦାତାଙ୍କୁ ଭିତରକୁ ଛାଡ଼ିବା ପାଇଁ ଯାଞ୍ଚ ଫାଟକ ନିକଟରେ ଥିବା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଥାପି ପରବର୍ତ୍ତୀ ସମୟରେ ଯାଞ୍ଚ ଫାଟକ ନିକଟରେ ଥିବା ପୋଲିସ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତିବାଦ କରିଥିଲେ।

ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ଓ ପରେଡ୍‌ ପ୍ରଦର୍ଶନ ପରେ ଗଣମାଧ୍ୟମ ପ୍ରତିନିଧିମାନେ ଦୁର୍ବ୍ୟବହାର କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଧାରଣାରେ ବସିଥିଲେ। ମନ୍ତ୍ରୀ ପାତ୍ର ଏହି ଘଟଣାର ତଦନ୍ତ ହେବ ବୋଲି କହିଥିଲେ। ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝି କାର୍ଯ୍ୟକ୍ରମ ସରିବା ପରେ ଆଲୋଚନା କରିବା ଉଠିଯାଆନ୍ତୁ ବୋଲି ଅନୁରୋଧ କରିଥିଲେ ଜିଲାପାଳ ଡଃ ଶୁଭଙ୍କର ମହାପାତ୍ର, ଏସ୍‌ପି ରୋହିତ ବର୍ମା। ଏହି ଘଟଣାକୁ ନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ବର୍ମା ଓ ଥାନା ଅଧିକାରୀ ସମ୍ବିତ ବେହେରା କହିଥିଲେ।