ପାଟଣା,୨୫ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମଙ୍ଗଳପୁର ଗ୍ରାମର ୩୭ ବର୍ଷୀୟ ବିବାହିତ ବ୍ୟକ୍ତି ଜଣେ ୧୭ ବର୍ଷର ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପୋଲିସ ଶୁକ୍ରବାର ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତି ହେଉଛନ୍ତି ସୁଜିତ ରାଉତ।
ସୂଚନା ଅନୁଯାୟୀ, ୨ ମାସ ତଳେ ସୁଜିତ ମଙ୍ଗଳପୁର ଛକରେ ମଦ୍ୟପାନ କରି ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଅସଦାଚରଣ କରିଥିବା ପରିବାର ଲୋକଙ୍କ ପକ୍ଷରୁ ପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଘଟଣା ପରେ ସୁଜିତ ଫେରାର ଥିଲେ। ଏନେଇ ପାଟଣା ଥାନାରେ ୧୧୨/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏଥି ପୂର୍ବରୁ ସୁଜିତଙ୍କ ନାମରେ ପାଟଣା ଥାନାରେ ଅନେକ ମାମଲା ରହିଥିବା ଘଟଗାଁ ଏସ୍ଡିପିଓ ରବୀନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।