Categories: ଜାତୀୟ

ସୋସିଆଲ ମିଡ଼ିଆର ଦୂରୁପୋଯୋଗ ଗ୍ରହଣୀୟ ନୁହେଁ: ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ,୧୧।୨: ସୋସିଆଲ୍‌ ମିଡ଼ିଆରେ ଗୁଜବ ତଥା ମିଥ୍ୟ ଖବର ପ୍ରସାର କରିବା ସହ୍ୟ କରାଯିବ ନାହିଁ। ସମାଲୋଚନା ସ୍ବୀକାର୍ଯ୍ୟ। ମାତ୍ର ସୋସିଆଲ ମିଡ଼ିଆର ଦୂରୁପୋଯୋଗ ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ରୀୟ ସୂଚନା ପ୍ରସାରଣ ସ ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ରାଜ୍ୟ ସଭାରେ ପ୍ରକାଶ କରିଛନ୍ତି। ଏଭଳି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୋସିଆଲ ମିଡ଼ିଆ ଦ୍ୱାରା ହିଂସା ଏବଂ ଘୃଣା ସୃଷ୍ଟି କରାଯାଉଥିବା କାର୍ଯ୍ୟକୁ କେବେ ବି ପ୍ରଶୟ ଦିଆଯିବ ନାହିଁ। ଏଭଳି ଅଭିଯୋଗ ଆଧାରରେ ଭାରତ ସରକାର ଟୁଇଟର ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି।

Share