ଛତ୍ରପୁର,୧୨ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଥିବା ବିଭିନ୍ନ ସରକାରୀ ଅଫିସର କର୍ମଚାରୀମାନେ ସୋସିଆଲ ମିଡିଆର ଅପବ୍ୟବହାର କରୁଥିବା ଜିଲାପାଳଙ୍କ ନଜରକୁ ଆସିଛି। ବିଶେଷକରି ସରକାରୀ ଅଫିସଗୁଡ଼ିକର କିରାଣି ଷ୍ଟାଫ୍ମାନେ ବିଭିନ୍ନ ସକରାରୀ ଚିଠିକୁ ହ୍ବାଟ୍ସଆପ୍ ଏବଂ ଅନ୍ୟ ବିଭିନ୍ନ ସୋସିଆଲ ମିଡିଆରେ ଅନ୍ୟମାନଙ୍କୁ ଶେୟାର କରୁଛନ୍ତି। ଏହାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ୱ ସହ ନେଇ ସମସ୍ତ ଅଧିକାରୀଙ୍କୁ ଚିଠି (ନଂ-୧୦୯୦) କରିଛନ୍ତି। ଏଥିପ୍ରତି ଧ୍ୟାନ ଦେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସରକାରୀ ଚିଠିକୁ ସୋସିଆଲ ମିଡିଆରେ ଶେୟାର କଲେ କିରାଣି ଷ୍ଟାଫ୍ମାନଙ୍କ ଦାୟିତ୍ୱହୀନତା ଓ ଅପ୍ରତ୍ୟାଶିତକୁ ଦର୍ଶାଉଥିବା ଜିଲାପାଳ କହିଛନ୍ତି। ମର୍ଯ୍ୟାଦା ଓ ଗୋପନୀୟତା ବଜାୟ ରଖିବା ସମସ୍ତଙ୍କର ଦାୟିତ୍ୱ ରହିଛି। ଏଭଳି ଉଲ୍ଲଘଂନ କରିବା ଦେଖିବାକୁ ମିଳେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଉକ୍ତ ଚିଠିରେ ଉଲ୍ଲେଖ କରି ସତର୍କ କରାଇଦେଇଛନ୍ତି।