ୟୁରିଆର ଦୁରୁପଯୋଗ

ଡ.ଚିନ୍ତାମଣି ପଣ୍ତା

 

୧୮୨୩ ମସିହାରେ ବୈଜ୍ଞାନିକ ସାର୍‌ ଫ୍ରେଡେରିକ ଓହଲର ଜୈବିକ ଉପାଦାନ ଯଥା ଗୋମୂତ୍ରରୁ ୟୁରିଆ ଉଦ୍ଭାବନ କରିଥିଲେ। କିନ୍ତୁ ଏହାର ମାତ୍ରା ଏତେ କମ୍‌ ଥିଲା ଯେ ଏକ ବ୍ୟୟବହୁଳ ଆହରଣ ପ୍ରଣାଳୀ କଦାପି ଲାଭଜନକ ହୋଇ ପାରୁ ନ ଥିଲା। କିଛିଦିନ ପରେ ପୁନଃଗବେଷଣା ଦ୍ୱାରା କୃତ୍ରିମ ଉପାୟରେ ରାସାୟନିକ ବିଘଟନ କରାଇ ବିଭନ୍ନ ଅଜୈବିକ ଉପାଦାନରୁ ଅଳ୍ପ ଖର୍ଚ୍ଚରେ ୟୁରିଆ ଉତ୍ପାଦନ କରାଯାଇ ପାରିଲା। ଫଳରେ ଏହାକୁ ମୁଖ୍ୟ ସାର ହିସାବରେ କୃଷିକ୍ଷେତ୍ରରେ ବ୍ୟବହାର କରି କୃଷକମାନେ ଫସଲ ଅମଳକୁ ବହୁଗୁଣିତ କରିପାରିଲେ। ଫସଲ ଉପରେ ଏହାର ତତ୍କକାଳ ପ୍ରଭାବ ହେତୁ ଏହା ଏତେ ଲୋକପ୍ରିୟ ହେଲା ଯେ କ୍ରମେ ଉତ୍ପାଦିତ ସାର କୃଷିକ୍ଷେତ୍ରକୁ ନିଅଣ୍ଟ ପଡ଼ିଲା ଏବଂ ସରକାର ଆଉ ପାଦଟେ ଆଗେଇ ଯାଇ ଏହାକୁ ରିହାତି ଦରରେ ଯୋଗାଇବା ଆରମ୍ଭ କରିଦେଲେ। ଅନ୍ୟ ପକ୍ଷରେ ଏହି ରିହାତି ଯୁକ୍ତ ସାରକୁ ଚତୁର ବ୍ୟବସାୟୀଗଣ ହଡ଼ପ କରିନେଲେ ନିଜ ନିଜର ଶିଳ୍ପରେ ବ୍ୟବହାର ପାଇଁ। ଫଳରେ ବଜାରରେ ଏହାର କୃତ୍ରିମ ଅଭାବ ଅନୁଭୂତ ହେଲା।
ବିଭିନ୍ନ ଆନୁଷଙ୍ଗିକ ଶିଳ୍ପ ଯଥା ପ୍ଲାଇଉଡ, ରେସିନ, ଚିନାମାଟି ବାସନ, ଗୋଖାଦ୍ୟ ଓ ବିସ୍ଫୋରକ ପ୍ରସ୍ତୁତି ପାଇଁ ପ୍ରତିବର୍ଷ ପ୍ରାୟ ୧୦ – ୧୨ ଲକ୍ଷଟନ ୟୁରିଆ ବ୍ୟବହୃତ ହେଉଛି। ଏହାକୁ ଆଖିଆଗରେ ରଖି ସରକାର ସାର ନିୟନ୍ତ୍ରଣ ଅଧ୍ୟାଦେଶ ୧୯୮୫ର ଧାରା ୨୫ ତଥା ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ୧୯୫୫ର ଧାରା ୭ ଓ ୧୦ ଅନୁଯାୟୀ ୟୁରିଆର ଅପବ୍ୟବହାରକୁ ଧର୍ତ୍ତବ୍ୟ ଅପରାଧରେ ସାମିଲ କଲେ। ପୁନଶ୍ଟ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୪୨୦ ଅନୁଯାୟୀ ଏଥି ନିମନ୍ତେ ଦଣ୍ତବିଧାନର ବ୍ୟବସ୍ଥା ମଧ୍ୟ କଲେ। ତଥାପି ଏହାର ଦୁରୁପଯୋଗକୁ ରୋକାଯାଇ ପାରିଲା ନାହିଁ। ଖଣି ଖନନ ପାଇଁ ଆବଶ୍ୟକ ହେଉଥିବା ଆଇଡି ବିସ୍ଫୋରକ ପ୍ରସ୍ତୁତିରେ ୟୁରିଆ ନାଇଟ୍ରେଟ୍‌କୁ ବହୁଳଭାବରେ ବ୍ୟବହାର କରାଯାଉଛି। ଦୁଇଟି ପ୍ଲାଇଉଡ୍‌କୁ ଯୋଡିବା ପାଇଁ ଆବଶ୍ୟକ ପଡୁଥିବା ଅଠା ୟୁରିଆ ଫର୍ମାଲ ଡିହାଇଡ ଓ ରେସିନର ସମ୍ମିଶ୍ରଣରେ ପ୍ରସ୍ତୁତ ହେଉଛି। କେବଳ ଶିଳ୍ପ କ୍ଷେତ୍ରରେ କାହିଁକି ଚିକିତ୍ସା କ୍ଷେତ୍ରରେ ମଧ୍ୟ ଔଷଧ ପ୍ରସ୍ତୁତିରେ ୟୁରିଆର ବ୍ୟବହାର ସର୍ବଜନ ବିହିତ। କଳକାରଖାନା ତଥା ଯାନବାହନରୁ ନିର୍ଗତ ଧୂଆଁର କୁପ୍ରଭାବରୁ ମଣିଷ ଶରୀରକୁ ରକ୍ଷାକରିବା ପାଇଁ ୟୁରିଆ ମିଶ୍ରିତ ଏକ ପ୍ରଲେପର ବହୁଳ ଆବଶ୍ୟକତା ପଡ଼ିଥାଏ। ଦନ୍ତଶୋଧନ ଚୂର୍ଣ୍ଣ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ପ୍ରସ୍ତୁତିରେ ୟୁରିଆ ବ୍ୟବହୃତ ହୋଇଥାଏ। ଏତଦ୍‌ବ୍ୟତୀତ ପ୍ରସାଧନ ସାମଗ୍ରୀ ଓ ଶରୀରରୁ ଅନାବଶ୍ୟକ ଲୋମନିର୍ମୂଳକ ପ୍ରସ୍ତୁତିରେ ୟୁରିଆକୁ ବ୍ୟବହାର କରାଯାଏ। ପର୍ଯ୍ୟାବରଣ କ୍ଷେତ୍ରରେ ବାୟୁପ୍ରଦୂଷଣକୁ କମାଇବା ପାଇଁ ଯେଉଁ କୃତ୍ରିମ ମେଘର ସୃଷ୍ଟି କରାଯାଏ ସେଥିରେ ମଧ୍ୟ ୟୁରିଆର ନିର୍ଦ୍ଦିଷ୍ଟ ଭୂମିକା ରହିଛି। ହିମଅଞ୍ଚଳରେ ରାସ୍ତାରେ ଜମୁଥିବା ବରଫର ଆସ୍ତରଣକୁ ତରଳାଇବା ପାଇଁ ୟୁରିଆ ବ୍ୟବହୃତ ହୁଏ। ଯନ୍ତ୍ରପାତିରେ କଳଙ୍କି ନ ଧରିବା ପାଇଁ ଦିଆ ଯାଉଥିବା ବାଦାମୀ ପ୍ରଲେପରେ ୟୁରିଆର ସିଂହଭାଗ ରହୁଥିବା ବେଳେ ଅଗ୍ନି ନିର୍ବାପକ କ୍ଷେତ୍ରରେ ମଧ୍ୟ ଏହାର ଅବଦାନ ଅନସ୍ବୀକାର୍ଯ୍ୟ। ଆଜିକାଲି ଗାଁ ଗହଳିରେ ମଧ୍ୟ ବାସନକୁସନ ସଫା କରିବାକୁ ୟୁରିଆ ପ୍ରସ୍ତୁତ ସାବୁନର ଚାହିଦା ଅଧିକ। କିଏ ମୁଢ଼ି, ଲିଆ ଭାଜିବାରେ ୟୁରିଆକୁ ଉପଯୋଗ କଲାଣି ତ ପୁଣିକିଏ ଦେଶୀ ମଦ ପ୍ରସ୍ତୁତିରେ ଶର୍କରା ଅଂଶର ବିଘଟନ ପାଇଁ ୟୁରିଆକୁ ବ୍ୟବହାର କଲାଣି। ଇଟା ପ୍ରସ୍ତୁତକାରୀମାନ ଆଉ ପାଦେ ଆଗେଇ ଯାଇ ଇଟାଭାଟିରେ ୟୁରିଆ ବ୍ୟବହାର କରି କମ୍‌ ଜାଳରେ ଅଧିକ ଲାଲରଙ୍ଗର ଇଟା ତିଆରି କଲେଣି। ଦୁଗ୍ଧଚାଷୀମାନେ ଦୁଗ୍ଧର ମାନବର୍ଦ୍ଧକ ହିସାବରେ ୟୁରିଆର ଅପମିଶ୍ରଣ କୌଶଳ ଆପଣାଇଲେଣି।
ଏତଦ୍‌ବ୍ୟତୀତ ଗୌଖାଦ୍ୟ ପ୍ରସ୍ତୁତିରେ ଘାସକୁ ଶଢ଼େଇ ଆଚାର ବନେଇବା କିମ୍ବା ଛତୁଚାଷରେ ଧିଙ୍ଗିରି ଛତୁର ଆକାର ଓ ଓଜନ ବୃଦ୍ଧି କରିବାରେ ୟୁରିଆ ସହାୟକ ହୋଇପାରୁଛି।
ପାଣି ଭିତରେ ବଢୁଥିବା ମାଛଖାଦ୍ୟ ପ୍ଳାଙ୍କଟନ ଉଦ୍ଭିଦର ବୃଦ୍ଧିପାଇଁ ମତ୍ସ୍ୟଚାଷୀମାନେ ବି ୟୁରିଆର ବହୁଳ ବ୍ୟବହାର କରୁଛନ୍ତି। ଅତଏବ କୁଟୀରଶିଳ୍ପ ଠାରୁ ଆରମ୍ଭ କରି ବଡ଼ ବଡ଼ ଶିଳ୍ପ କାରଖାନା ପର୍ଯ୍ୟନ୍ତ ସବୁଠି ୟୁରିଆର ବ୍ୟବହାର ବଢ଼ିଚାଲିବାରୁ କୃଷି କ୍ଷେତ୍ରରେ ବ୍ୟବହାର ପାଇଁ ଏହା ତିରୋଟ ପଡୁଛି ଏବଂ କଳାବଜାର ବଢୁଛି। ତେଣୁ କାରଖାନାଗୁଡ଼ିକରେ ୟୁରିଆର ଉତ୍ପାଦନ ବଢ଼ାଇବା ସଙ୍ଗେ ସଙ୍ଗେ ଏହାର ବିତରଣକୁ ନିୟନ୍ତ୍ରଣକୁ ନ ଆଣିଲେ ଆଗକୁ ଅଭାବଜନିତ ସାଂଘାତିକ ପରିସ୍ଥିତି ସୃଷ୍ଟି ହେବା ସହିତ କୃଷି ଉତ୍ପାଦନରେ ସୁଦୂରପ୍ରସାରୀ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।
ମୋ: ୯୪୩୭୧୮୫୧୩୫


Enter your email to get our daily news in your inbox.

All Right Reserved By Dharitri.Com

ଅବୁଝା ସମବାୟ ଆଇନ

୧୯୯୦ରୁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଚୌଧୁରୀ ବ୍ରହ୍ମପ୍ରକାଶ କମିଟି, ଜଗଦୀଶ କପୁର କମିଟି, ଭି.କେ. ପାଟିଲ୍‌ କମିଟି, ଭି.ଏସ୍‌. ବ୍ୟାସ କମିଟି...

ଖାଦ୍ୟ ନଷ୍ଟ ଏକ ଅପରାଧ

ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଜିଏଚ୍‌ଆଇ) ୨୦୨୪ରେ ସ୍ଥାନ ପାଇଥିବା ୧୨୭ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୫ରେ ରହିଛି। ଅର୍ଥାତ କ୍ଷୁଧା ଦୂର କରିବାରେ ୧୦୪ଟି...

ଅନିଶ୍ଚୟତାରେ ଅଧିକାରୀ

ନିକଟରେ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ମଧ୍ୟରେ କ୍ୟାଡର୍‌ ପୁନଃ ଆବଣ୍ଟନକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ଆଇଏଏସ୍‌ ଏବଂ ଆଇପିଏସ୍‌...

କୃତ୍ରିମ ପୁଷ୍ଟିସାର ସଂଶ୍ଳେଷଣ ପାଇଁ ନୋବେଲ୍‌

ବର୍ଷ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଲାଭ କରିଥିବା ଡେଭିଡ୍‌ ବେକର, ଯୁକ୍ତରାଷ୍ଟ୍ର ଆମେରିକାର ବର୍କଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ, ଇଂରେଜ...

ଭୟ

ସଂସାରରେ ବୋଧହୁଏ ଏମିତି କେହି ନାହିଁ, ଯିଏ ସମ୍ପୂର୍ଣ୍ଣ ରୂପେ ଭୟଶୂନ୍ୟ ହୋଇ ଜୀବନ ଧାରଣ କରେ। କେହି ହୁଏତ ନିଜକୁ ଭୟଶୂନ୍ୟ ବୋଲି ଦାବି...

ଜଳ ବଜାରରେ ପକ୍ଷପାତିତା

ନିକଟରେ ଗ୍ଲୋବାଲ କମିଶନ ଅନ୍‌ ଇକୋନୋମିକ୍ସ ଅଫ୍‌ ଓ୍ବାଟରର ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓ୍ବାଟର ମାର୍କେଟ ବା ଜଳ ବଜାର(ସ୍ଥାୟୀ କିମ୍ବା...

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri