Categories: ଜାତୀୟ

ମୁସଲମାନଙ୍କୁ ଦୁର୍ବ୍ୟବହାର କରିବା ଭାଜପା ପାଇଁ ନୂଆ କଥା ନୁହେଁ: ଓଓ୍ବାଇସି

ନୂଆଦିଲ୍ଲୀ,୨୨।୯: ଲୋକ ସଭାରେ ବିଏସପି ଏମ୍‌ପି କୁନଓ୍ବାର ଡାନିଶ ଅଲିଙ୍କୁ ଭାଜପା ଏମ୍‌ପି ରମେଶ ବିଧୁରୀ ଦୁର୍ବ୍ୟବହାର କରିବା ପ୍ରସଙ୍ଗରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ଓୱାଇସି କହିଛନ୍ତି ଯେ, ମୁସଲମାନଙ୍କୁ ଦୁର୍ବ୍ୟବହାର କରିବା ଭାଜପା ପାଇଁ ନୂଆ କଥା ନୁହେଁ, ଆଗକୁ ଦେଖିବେ ରମେଶ ବିଧୁରୀ ଦିଲ୍ଲୀ ଭାଜପା ସଭାପତି ହେବେ। ମୁଁ ନିଶ୍ଚିତ ଯେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।
ସୂଚନାଯୋଗ୍ୟ, ସଂସଦରେ ଚାଲିଥିବା ପ୍ରକ୍ରିୟା ସମୟରେ ଦିଲ୍ଲୀ ଭାଜପା ଏମ୍‌ପି ରମେଶ ବିଧୁରୀ ଚନ୍ଦ୍ରୟାନ- ୩ ମିଶନ ଏବଂ ଇସ୍ରୋର ସଫଳତା ବିଷୟରେ କହି ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କୁ ପ୍ରଶଂସା କରିଥିଲେ। ଏହି ସମୟରେ କୁନୱାର ଡାନିଶ ଅଲି ଠିଆ କିଛି ପ୍ରଶ୍ନ ଉଠାଇଥିଲେ। ରମେଶ ଅଶ୍ଳୀଳ ଭାଷା ବ୍ୟବହାର କରି ଏଥିରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Share